ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୭।୧୧:-ଡାବୁଗାଁ ବ୍ଳକ କୋଇଲାରୀ ଗ୍ରାମ ପଞ୍ଚାୟତ ର ସାନ କୋଇଲାରୀ ଗ୍ରାମର ଚନ୍ଦ୍ର ମାଝୀ ଙ୍କ ଦେଢ ଏକର ଧାନ ଜମିର ଧାନ ଗଦା କୌଣସି କାରଣ ରୁ ଅଗ୍ନି କାଣ୍ଡରେ ପୋଡି ଯାଉଥିବା ଗାଈ ଚରାଳିମାନେ ଦେଖି ଧାନ ଗଦା ମାଲିକ ଙ୍କୁ ଖବର ଦେଇଥିଲେ l ଜମି ମାଲିକ ସଙ୍ଗେ ସଙ୍ଗେ ଡାବୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ହେଁ ଡାବୁଗାଁ ଦମକଳ ଗାଡି ଖରାପ ଥିବାରୁ ପାପଡାହାଣ୍ଡି ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ l ସେଠାରୁ ଗାଡି ଆସି ଅଗ୍ନି କୁ ଆୟତ୍ତ କରିଥିଲେ l କିନ୍ତୁ ଡାବୁଗାଁ ଦମକଳ ଠିକ୍ ସମୟରେ ପହଞ୍ଚି ଥିଲେ, ଏତେ ପରିମାଣର କ୍ଷତି ହୋଇ ନ ଥାଆନ୍ତା l ଯେହେତୁ ପାପଡାହାଣ୍ଡି ଡାବୁଗାଁ ରୁ ୧୮ କିମି ଦୁରତ୍ଵ,ଏଠାରୁ ଅନ୍ୟୁନ ଦଶ କିମି ସେହି ଗ୍ରାମ l ଏପରି ଦୁର୍ଯୋଗ ସମୟରେ ଡାବୁଗାଁ ଦମକଳ ଗାଡି ଠିକ୍ ନ ଥିବା ଯୋଗୁଁ ସମସ୍ତଙ୍କ ମନରେ ଦୁଃଖ ଓ ବିଶାଦ ଆଚ୍ଛାଦିତ ହୋଇ ଥିଲା l ପାପଡାହାଣ୍ଡି ଅଗ୍ନିଶମ ବିଭାଗ ଡ୍ରାଇଭର ରାଜେଶ କୁମାର ସେଠୀ,କର୍ମଚାରୀ ଦେବାନନ୍ଦ ଶବର,ଇଶ୍ଵର ଶବର,ଦୂରଦକ୍ଷ ବାଗ ପ୍ରମୁଖଙ୍କ ପ୍ରଚେଷ୍ଟାରେ ଅଗ୍ନି କୁ ଆୟତ୍ତ କରାଯାଇଥିଲା lଉକ୍ତ ଚାଷୀର କ୍ଷତି ପୂରଣ ଆକଳନ କରି ପ୍ରଶାସନ ତରଫରୁ ଚାଷୀ କୁ ସହାୟତା ରାଶି ଯୋଗାଇ ଦେବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି l ଅଗ୍ନି ଲାଗିବାର କାରଣ ଏବେବି ଅସ୍ପଷ୍ଟ ହୋଇ ରହିଛି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |