ଦୁର୍ଦ୍ଦାନ୍ତ ନକ୍ସଲ ବିଜା ମାଡ଼ଭିର ଆତ୍ମସମର୍ପଣ

ଭୁବନେଶ୍ୱର,୨୮।୧୧: କନ୍ଧମାଳ ଜିଲାରେ ମାଓ ଦୁର୍ଗ ଭୁଷୁଡ଼ିବାରେ ଲାଗିଛି। ଚଳିତ ବର୍ଷ ବୌଦ୍ଧ, କନ୍ଧମାଳ ଜିଲାରେ ପୁଲିସ ଗୁଳିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁବାର ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଜଣକ ହେଲେ ବିଜା ମାଡଭୀ ଓରଫ ଟିକେସ। ଛତିଶଗଡ଼ ସୁକମା ଜିଲା କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଳଗୁଡା ଗ୍ରାମର ବିଜା ୨୦୧୮ ମସିହାରୁ ମାଓ ସଙ୍ଗଠନର ଦରବା ଡିଭିଜନରେ ସାମିଲ ହୋଇ ପଶ୍ଚିମ ବସ୍ତର, ମାଦ ଏବଂ ଉତ୍ତର ବସ୍ତର ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲେ। ୨୦୨୦ ମସିହାରେ ସେ ଓଡ଼ିଶା କ୍ୟାଡରକୁ ଆସି ଅଷ୍ଟମ କମ୍ପାନୀ(କାଡାମ ଏରିଆ କମିଟି)ର ସଦସ୍ୟ ଭାବେ ନୂଆପଡା ଅଞ୍ଚଳରେ ସକ୍ରିୟ ରହିଥିଲେ। ଏବେ ସେ କନ୍ଧମାଳ ଜିଲାର ରାହୁଲ ଏରିଆ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!