ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ,ବିମାନବନ୍ଦରରେ କରାଗଲା ସ୍ବାଗତ

ଭୁବନେଶ୍ୱର,୨୯ା୧୧:  ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |ଶୁକ୍ରବାର ଅପରାହ୍ନରେ ଏକ ସ୍ବତନ୍ତ୍ର ବିମାନରେ  ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ସର୍ବଭାରତୀୟ ସ୍ତରରେ ଆୟୋଜିତ ୫୯ ଡିଜିପି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।   । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ତିନି ଦିନିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ସିଧା ପହଞ୍ଚିଛନ୍ତି ଆୟୋଜିତ ସାଧାରଣ ସଭାକୁ ।ପ୍ରଧାନମନ୍ତ୍ରୀଙ୍କ ଏହି ତିନି ଦିନିଆ ଗସ୍ତରେ ପ୍ରଥମେ ସେ ସାଧାରଣ ସଭାକୁ ଉଦବୋଧନ ଦେବେ । ଏହି ସଭା ବିମାନବନ୍ଦରର ଅନତି ଦୂରରେ ଆୟୋଜନ କରାଯାଇଛି । ବିମାନ ବନ୍ଦରରୁ ମୋଦି ସଭାରେ ପହଞ୍ଚିବା ପରେ ତାଙ୍କୁ ମଞ୍ଚରେ ଉତ୍ସର୍ଗିକୃତ ସ୍ୱାଗତ ଦିଆଯାଇଛି । ଏହି ସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ, ରାଜ୍ୟ ସଭାପତି, ଦୁଇ କେନ୍ଦ୍ରମନ୍ତ୍ରୀ, ଭୁବନେଶ୍ୱର ସାଂସଦ ପ୍ରମୁଖ ଉପସ୍ଥିତ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆଗରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ସାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରାରମ୍ଭିକ ଭାଷଣ ଦେବା ପରେ ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ଆଜିର ଦିନକୁ କହିଲେ ଐତିହାସିକ ଦିନ  ଏହି ଅବସରରେ ୫ ମାସର ସରକାରଙ୍କ ଉପଲବ୍ଧି ସାଧାରଣ ଜନତାଙ୍କୁ ପ୍ରଦାନ କରିଛନ୍ତି  । ସୁଭଦ୍ରା ଯୋଜନାରେ ମହିଳାଙ୍କୁ  5 ହଜାର ଟଙ୍କା ଲେଖା ପ୍ରଦାନ, ୧୫ ହଜାର ନିଯୁକ୍ତି, ଧାନର ଏମଏସପି ୩୧ଶହକୁ ବୃଦ୍ଧି ଆଦିକୁ ଲୋକଙ୍କୁ ଜଣାଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!