କାରରୁ 88 କେଜିର ରୂପା ଇଟା ଓ ନଗଦ ୫ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୯ା୧୧: ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ଗତ ଦୁଇ ଦିନ ଧରି ଖଲ୍ଲିକୋଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଭିନ୍ନ ଅପରାଧିକ ମାମଲା ଓ ବେପରୁଆ ଗାଡ଼ି ଚାଳନାକୁ ନଜର ରଖି ବିଭିନ୍ନ ସ୍ଥାନରେ ଯାନବାହନକୁ ଅଟକାଇ ଯାଞ୍ଚ କରାଯାଉଛି । ଆଜି ପୋଲିସ ଖଲ୍ଲିକୋଟ କେଶପୁର ନିକଟରେ ଯାଞ୍ଚ କରୁଥିବା ବେଳେ 88 କେଜିରୁ ଅଧିକ ରୂପା ଜବତ କରାଯାଇଛି ।କାର୍‌ରେ ଚାଲାଣ ହେଉଥିଲା ରୂପା ଇଟା। ତା’ ସହ ନଗଦ ଟଙ୍କା ବି ଭର୍ତ୍ତି ହୋଇଥିଲା। ଜିଏସ୍‌ଟି ଫାଙ୍କି ବ୍ରହ୍ମପୁରରୁ କୋଲକତା ଅଭିମୁଖେ କାର୍‌ଟି ବାହାରିଥିବା ବେଳେ ବାଟରେ ମାଡ଼ି ବସିଲା ପୁଲିସ୍‌। ଏପରି ଏକ କାର୍‌କୁ ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ୍‌ ଅଟକ ରଖିଛି।ଖଲ୍ଲିକୋଟ ଥାନା ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ ଆଜି ଖଲ୍ଲିକୋଟ ପୁଲିସ ପକ୍ଷରୁ ଚେକିଂ ଚାଲିଥିଲା। ଏହି ସମୟରେ ଏକ କାର୍‌ ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ ପହଞ୍ଚିଥିଲା। ତାହାକୁ ଯାଞ୍ଚ କରିବା ପରେ ଯାହା ବାହାରିଲା ପୁଲିସ୍‌ ଅଧିକାରୀଙ୍କ ମୁଣ୍ଡ ବୁଲାଇଦେଲା।କାରଣ ଯାଞ୍ଚ ବେଳେ କାର୍‌ ଭିତରୁ ପୁଳା ପୁଳା ରୁପା ଇଟା ଓ ନଗଦ ଟଙ୍କା ଜବତ ହୋଇଛି। ମାପଚୁପ ପରେ ଜବତ ଇଟାର ଓଜନ ୮୮ କେଜି ଓ ନଗଦ ୫ଲକ୍ଷ ଟଙ୍କା କାର୍‌ରୁ ମିଳିଥିବା ଜଣାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!