ଯୋଗ ଶିବିର ସେସନ୍‌ରୁ ଆରମ୍ଭ ହେଲା ଡିଜିପି-ଆଇଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର,୩୦।୧୧: ଭୁବନେଶ୍ବରରେ ପୋଲିସ ମହାନିର୍ଦ୍ଦେଶକଙ୍କ ମେଳିର ଆଜି ଦ୍ବିତୀୟ ଦିନ । ସମସ୍ତ ରାଜ୍ୟରୁ ଆସିଥିବା ଡିଜିପି ଆଇଜିପିଙ୍କୁ ଗତକାଲି ଅର୍ଥାତ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ତେବେ ଦ୍ବିତୀୟ ଦିନରେ ସକାଳୁ ସକାଳୁ ରାଜ୍ୟ ଅତିଥି ଭବନରେ ଯୋଗ ଶିବିରର ଆୟୋଜନ କରାଯାଇଛି । ସବୁ ରାଜ୍ୟର ଡିଜିପି ଏବଂ ଆଇଜିପି ଏହି ଯୋଗରେ ସାମିଲ ହୋଇଛନ୍ତି । ସମସ୍ତଙ୍କ ପାଇଁ ଡ୍ରେସକୋର୍ଡ କରାଯାଇଥିବା ବେଳେ ଧଳା ରଙ୍ଗର ଡ୍ରେସ ପିନ୍ଧି ସମସ୍ତେ ଯୋଗ କରିଛନ୍ତି । ପୋଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଶନିବାର ରାଜଭବନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ୍‌ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଲୋକସେବା ଭବନରେ ପହଞ୍ଚିଛନ୍ତି।ସକାଳୁ ଯୋଗ ଶିବିର ସେସନ୍ ରୁ ଆରମ୍ଭ ହୋଇଥିବା ଏହି ଡିଜିପି ସମ୍ମିଳନୀ ଆଜି ଦିନ ତମାମ ଚାଲିବ। ସମ୍ମିଳନୀରେ ରହିଛି ବିଜେନେସ୍ ସେସନ୍ , ବ୍ରେକଆଉଟ୍ ସେସନ୍ , ଥିମାଟିକ୍ ଡାଇନିଂ ଟେବୁଲ୍ ସେସନ୍ ର ନୂଆ ବ୍ୟବସ୍ଥା। ଯେଉଁଥିରେ ଖାଇବା ଟେବୁଲରେ ମଧ୍ୟ ଭିନ୍ନ ଭିନ୍ନ ବିଷୟଭିତ୍ତିକ ଆଲୋଚନା ହୋଇପାରିବ। ଯାହାଦ୍ଵାରା ଆଭ୍ୟନ୍ତରୀଣ ସୁରକ୍ଷା,  ଜରୁରୀକାଳୀନ ସ୍ଥିତିରେ ଆଇନ ଶୃଙ୍ଖଳା ବଜାୟ ରଖିବା ଭଳି ସ୍ଥିତି ନେଇ ବରିଷ୍ଠ ପୁଲିସ୍ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ବହୁମୂଲ୍ୟ ମତ ରଖିବାର ସୁଯୋଗ ପାଇବେ। ଆତଙ୍କବାଦ ଓ ବାମପନ୍ଥୀ ଉଗ୍ରବାଦର ମୁକାବିଲା ସହ ସାଇବର ସୁରକ୍ଷା ,ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ , ନିଶା କାରବାର ରୋକିବା , ମହିଳା ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ପରିଚାଳନା , ନୂଆ ଅପରାଧ ଆଇନର କାର୍ଯ୍ୟକାରିତା ଭଳି ବିଷୟକୁ ନେଇ ମାନସମନ୍ଥନ ଚାଲିବ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!