ଭୁବନେଶ୍ୱର,୩୦ା୧୧:ଓଡିଆ ସାମ୍ବାଦିକଙ୍କୁ ଧମକ । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଧମକ । ଡିଜିପି କନଫରେନ୍ସକୁ ପୁଣି ପନ୍ନୁ ଟାର୍ଗେଟ କରିଛି । ଗୁରପତୱନ୍ତ ପନ୍ନୁ ନାଁରେ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍ ଆସିଥିବା ଅଭିଯୋଗ ହୋଇଛି । ଖଲିସ୍ତାନୀ ପତାକା ଉଡାଇଲେ 25 ଲକ୍ଷ ଟଙ୍କା ପୁରୁସ୍କାର ଦେବା ପାଇଁ କୁହାଯାଇଥିବା ବେଳେ ମେଲରେ ଡିଜିପି ସମ୍ମିଳନୀ ଭଣ୍ଡୁର ପାଇଁ ମେଲ ଆସିଥିବା ଜଣାପଡିଛି । ଭୁବନେଶ୍ୱରରେ ଚାଲିଥିବା DGP କନଫରେନ୍ସକୁ ପୁଣି ଖଲିସ୍ତାନୀ ଆତଙ୍କୀ ପନ୍ନୁ ଟାର୍ଗେଟ କରଛି। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଛି । ଇ-ମେଲରେ ପଠାଇଥିବା ଅଡ଼ିଓ ମେସେଜରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି। ଆସନ୍ତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଇ-ମେଲ୍ ଅଡିଓ ମେସେଜ କରି ଚେତାବନୀ ଦେଇଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏଥିସହ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦିଆଯାଇଛି। ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ଘୋଷଣା କରାଯିବ ବୋଲି ଇ-ମେଲ୍ ଅଡିଓ ମେସେଜରେ ଉଲ୍ଲେଖ ରହିଛି। ତେବେ ପନ୍ନୁର ଧମକ ପରେ ଭୁବନେଶ୍ବରରେ ସୁରକ୍ଷା ବଳୟକୁ ବଢାଯାଇଥିବା ଜଣାପଡିଛି । ତେବେ ପ୍ରଧାନମନ୍ତ୍ରୀଙ୍କୁ ହିନ୍ଦୁ ଟେରୋରିଷ୍ଟ ବୋଲି କହିଛି ପନ୍ନୁ । ତେବେ କେଉଁ ଓଡିଆ ଲୋକ ପନ୍ନୁକୁ ସହଯୋଗ କରିଛି ତାକୁ ଖୋଜି ବାହାର କରିବା ଉଚିତ ବୋଲି କୁହାଯାଇଛି । ତେବେ ପନ୍ନୁ ପୂର୍ବରୁ ଏଭଳି ଧମକ ଦେଇଥିବା ବେଳେ ଆଜି ସାମ୍ବାଦିକଙ୍କୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |