୪ରେ ପୁରୀ ଆସିବେ ରାଷ୍ଟ୍ରପତି,ଭାରତୀୟ ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ

ପୁରୀ,୩୦।୧୧: ଓଡିଶାର ପୁରୀ ଉପକୂଳରେ ପାଳନ ହେବ ନୌସେନା ଦିବସ। ପୁରୀ ବେଳାଭୂମିରେ ସୃଷ୍ଟି ହୋଇଛି ଯୁଦ୍ଧଭୂମିର ଭ୍ରମ। ଚାରିପଟେ ଯୁଦ୍ଧ ଟ୍ୟାଙ୍କ୍ ସମେତ ଯୁଦ୍ଧ ଜାହାଜ ଓ ନୌସେନା ଓ ଇଣ୍ଡିଆନ ଆର୍ମିର ଅଧିକାରୀଙ୍କ ଦଖଲରେ ପୁରୀ ବ୍ଲୁଫ୍ଲାଗ୍ ବେଳାଭୂମି। ଡିସେମ୍ବର 4ରେ ଅନୁଷ୍ଠିତ ନୌସେନା ଦିବସ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍।  ନୌସେନା ଦିବସ ଉପଲକ୍ଷେ ପୁରୀରେ ସୁରକ୍ଷା ଦୃଷ୍ଟିକୋଣରୁ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ନୌସେନା ଦିବସ ପାଇଁ ବେଳାଭୂମିରେ ଅଭ୍ୟାସ ସମୟରେ ସାଧାରଣ ପର୍ଯ୍ୟଟକଙ୍କୁ ଯାତାୟାତ ଉପରେ କଟକଣା ଲାଗୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l  ନୌସେନାର ଅନେକ ଯୁଦ୍ଧ ଜାହାଜ ସମେତ 4ଟି ଯୁଦ୍ଧ ଟ୍ୟାଙ୍କ୍ ପୁରୀ ସମୁଦ୍ରତଟରେ ଲାଗିଛି lଆସନ୍ତା ଡିସେମ୍ବର ୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗସ୍ତରେ ଆସିବେ। ରାଷ୍ଟ୍ରପତି ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ହେବାକୁ ଥିବା ଭାରତୀୟ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ରାଷ୍ଟ୍ରପତି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ୍ବାଇ.ବି. ଖୁରାନିଆ ରବିବାର ପୁରୀ ଆସି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି। ପୋଲିସ ମହାନିର୍ଦ୍ଦେଶକ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସମଙ୍ଗ ପାର୍କିଂ, ବ୍ଲୁ ଫ୍ଲାଗ ବିଚ୍‌, ରାଜଭବନ ଓ ବେଳାଭୂମି ଯାଇ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ପରେ ସେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏସ୍‌ପିଙ୍କ କାର୍ଯ୍ୟାଳୟରେ ବୈଠକ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଡିଜିପି ଖୁରାନିଆ କହିଛନ୍ତି। ସୁରକ୍ଷା ଦାୟିତ୍ୱରେ ସମୁଦାୟ ୮୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦୦ ବରିଷ୍ଠ ଅଧିକାରୀ ମୁତୟନ ହେବେ। ଭୁବନେଶ୍ୱରଠାରୁ ପୁରୀ ଏବଂ ସମ୍ପୂର୍ଣ୍ଣ ପୁରୀ ସହରରେ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ସେହିପରି ଭିଆଇପି ଏବଂ ଭିଭିଆଇପିଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ଡିଜିପି କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!