ଆସିଲା ଟିମ୍ ଇଣ୍ଡିଆର ନୂଆ ଜର୍ସି

ନୂଆଦିଲ୍ଲୀ,୩୦।୧୧:ଭାରତୀୟ କ୍ରିକେଟ୍ ଦଳ ପାଇଁ ଲଞ୍ଚ୍ ହୋଇଛି ନୂଆ ଜର୍ସି। ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଟିମ ଇଣ୍ଡିଆର ଖେଳାଳିଙ୍କ ଲାଗି ନୂଆ ଜର୍ସି ତିଆରି ହୋଇଛି। ଉଭୟ ପୁରୁଷ ଏବଂ ମହିଳା କ୍ରିକେଟ ଦଳ ପାଇଁ ଏହି ଜର୍ସି ପ୍ରସ୍ତୁତ ହୋଇଛି। ଶୁକ୍ରବାର ବିସିସିଆଇ ପକ୍ଷରୁ ଏହାକୁ ଉନ୍ମୋଚନ କରାଯାଇଛି। ଜର୍ସିରେ ତିରଙ୍ଗାକୁ ଏକ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଛି। ଜର୍ସିର କାନ୍ଧ ପାଖରେ ତିରଙ୍ଗା ଚିହ୍ନ ରହିଛି। ଜର୍ସିର ଅନ୍ୟ ଅଂଶ ପାରମ୍ପରିକ ହାଲକା ନୀଳ ରଙ୍ଗର ରହିଛି।ଦିନିକିଆ ଫର୍ମାଟରେ ନୂଆ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ବିସିସିଆଇ ସଚିବ ଜୟ ଶାହ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ଏହି ନୂଆ ଜର୍ସିକୁ ଉନ୍ମୋଚନ କରିଛନ୍ତି। ବିସିସିଆଇ ଏହାର ସୋଶାଲ ମିଡିଆରେ ଏହି ସମୟର ଭିଡିଓ ଶେୟାର କରିଛି।ବିସିସିଆଇ ସମ୍ପାଦକ ଜୟ ଶାହ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ଏହି ଜର୍ସିକୁ ଉନ୍ମୋଚନ କରିଥିଲେ। ତେବେ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଦଳର ଖେଳାଳିମାନେ ଏହାକୁ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ହେବାକୁ ଦିନିକିଆ ସିରିଜରେ ପରିଧାନ କରିବେ। ଏହି ସିରିଜ ଆସନ୍ତା ଫେବୃୟାରୀ ୬ରୁ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ମହିଳା ଦଳ ଏହି ଜର୍ସି ପରିଧାନ କରିବ। ଡିସେମ୍ବର ୫ରେ ବ୍ରିସବେନରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମହିଳା କ୍ରିକେଟ ଦଳର ସଦସ୍ୟାମାନେ ନୂଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!