ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୩୦।୧୧:-ଡାବୁଗାଁ କୃଷି ଫାର୍ମ ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ, ଧାନ ପରବର୍ତ୍ତୀ ପଡ଼ିଆ ଜମିର ବିସ୍ତୃତ ପରିଚାଳନା ଯୋଜନା ଦ୍ବାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ଚାଷ ଉପଯୋଗୀ ଚଣା ବିତରଣ କରା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏଏଓ ସୌମେନ୍ଦ୍ର ବିଶ୍ବାସ ପରିଚାଳନା କରିଥିଲେ। ମୂଖ୍ୟ ଅତିଥି ଭାବେ ବିଧାୟକ ମନୋହର ରନ୍ଧାରି, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ରାଜଶେଖର ରାଓ, ବିଡ଼ିଓ ଶରତ ମାଝୀ, ବକ୍ତା ଭାବେ ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀଣି ସଭ୍ୟ ଜୟନ୍ତ କୁମାର ପାତ୍ର ଯୋଗଦେଇ ଥିଲେ। ନରେଶ ସିଂ, ଓକିଲ ଦିବାନ ସିଂ, ଏମ୍ ବୁଲୁ ରାଓ, ଏମ୍ ଆପା ରାଓ, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସୁରେନ୍ଦ୍ର ମିଶ୍ର ଏବଂ ମନୋହର ସେନା ମଞ୍ଚାସିନ ଥିଲେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନେକ କୃଷି ହିତକର ଯୋଜନା ଗୁଡିକ ର ସଦୁପଯୋଗ ଚାଷୀମାନେ କରନ୍ତୁ ବୋଲି ନିଜ ବକ୍ତବ୍ୟରେ ଜୟନ୍ତ କୁମାର ପାତ୍ର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାଞ୍ଚନ ହରିହର, ରତନ କଲାର, ଦିନବନ୍ଧୁ ମାଝୀ, ଗୋବିନ୍ଦ ମାଝୀ , ପିଣ୍ଟୁ ପୂଜାରୀ, ଭଦର ହରିଜନ ଏବଂ ଅନେକ କୃଷକ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |