ଭୁବନେଶ୍ୱର,୩୦।୧୧: ଧମକ ପୂର୍ଣ୍ଣ ମେଲ୍ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ସନ୍ଦେହ ବଢ଼ୁଛି। Iବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଅଜଣା ବ୍ୟାଗ୍ ଦେଖିବାକୁ ମିଳିଛି। ଟ୍ରଲିରେ ଏକ ନୀଳ ରଙ୍ଗର ବ୍ୟାଗ ଦେଖିବା ପରେ ସେଠାରେ ପହଞ୍ଚିଥିଲା ସିଆଇଏସଏଫର ଡଗ୍ ସ୍କ୍ୱାଡ୍ । ତେବେ ବ୍ୟାଗ୍ କାହାର ସେଥିରେ କ’ଣ ଅଛି ଏହାକୁ ନେଇ ସିଆଇଏସଏଫ ଡଗ ସ୍କ୍ବାଡ ଯାଞ୍ଚ କରୁଛି Iଡିଜି ସମ୍ମିଳନୀକୁ ଖଲିସ୍ତାନୀ ଧମକ ମିଳିଥିବାରୁ, ଏହି ବ୍ୟାଗକୁ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଛି । ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବମ ଥ୍ରେଟ ଆସେସ୍ମେଣ୍ଟ କମିଟି ଏହି ବ୍ୟାଗ ତନତନ ଯାଞ୍ଚ କରିବେ । କାରଣ କିଛି ଦିନ ତଳେ ଭୁବନେଶ୍ୱର ବିମାନବନ୍ଦରକୁ ସୋସିଆଲ ମିଡ଼ିଆରେ ବୋମା ଆତଙ୍କ ନେଇ ହୋକ୍ସ କଲ ଆସିଥିଲା ।ସେପଟେ ଏସିପି ଅମିତାଭ ମହାପାତ୍ର କହିଛନ୍ତି ଅଜଣା ବ୍ୟାଗକୁ ନେଇ ବିପଦ ନାହିଁ । ଅଜଣା ବ୍ୟାଗ ଯାତ୍ରୀଙ୍କର ବୋଲି ଏସିପି କହିଛନ୍ତି । ଏଥିରେ କିଛି ସନ୍ଦେହଜନକ ସାମଗ୍ରୀ ନଥିବା ସିଆଇଏସଏଫ ସୂଚନା ଦେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |