ବଢିଲା ଏଲପିଜି ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ,୧ା୧୨: ବଢିଲା ଏଲପିଜି ସିଲିଣ୍ଡର ଦାମ୍ । ଆଜିଠାରୁ ନୂଆ ମାସ ଆରମ୍ଭ ହୋଇଛି ଏବଂ ଡିସେମ୍ବର ଆରମ୍ଭରୁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମହଙ୍ଗା ହୋଇଛି । ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି ଏବଂ ଏହା ଅଧୀନରେ ଭାରତୀୟ ତୈଳ ନିଗମ ଗ୍ୟାସର ମୂଲ୍ୟ ବୃଦ୍ଧି କରିଛି । ତେବେ 19 କିଲୋ ଏଲପିଜି ସିଲିଣ୍ଡରର ଦାମ୍ ବୃଦ୍ଧି ପାଇଛି । କିନ୍ତୁ 14.2 କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । କମର୍ସିଆଲ ସିଲିଣ୍ଡରର ବର୍ଦ୍ଦିତ ମୂଲ୍ୟ ଆଜିଠାରୁ ଦେଶରେ ଲାଗୁ ହୋଇଛି ।ସୂଚନା ମୁତାବକ, ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ଦର ୧୬ଟଙ୍କା ୫୦ ପଇସା ବଢ଼ିଛି। ଫଳରେ ସିଲିଣ୍ଡର ପିଛା ଦାମ୍‌ ଦିଲ୍ଲୀରେ ୧୮୧୮.୫୦ ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ୧୯ କିଲୋଗ୍ରାମର ସିଲିଣ୍ଡରର ଦାମ୍‌ ୧୯୨୭, ମୁମ୍ବାଇରେ ୧୭୭୧ ଓ ଚେନ୍ନାଇରେ ୧୯୮୦.୫୦ ଟଙ୍କାରେ ପହଞ୍ଚିଛି। ଲଗାତର ପଞ୍ଚମଥର ପାଇଁ ତୈଳ କମ୍ପାନୀଗୁଡିକ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦରରେ ବୃଦ୍ଧି କରିଛନ୍ତି। ଗତ ମାସରେ ମଧ୍ୟ କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ୬୨ଟଙ୍କା ଘଟିଥିଲା। ଏହାପୂର୍ବରୁ ଅକ୍ଟୋବରରେ ୪୮.୫୦, ସେପ୍ଟେମ୍ବରରେ ୩୯ ଏବଂ ଅଗଷ୍ଟରେ ୬.୫୦ ଟଙ୍କା ବୃଦ୍ଧି କରାଯାଇଥିଲା।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!