ବରଗଡ଼ ଧନୁଯାତ୍ରାର ନୂଆ କଂସ ହେବେ ଭୁବନେଶ୍ୱର ପ୍ରଧାନ

ବରଗଡ଼,୧ା୧୨ : ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ।ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ। ଜୁରୀ ସଦସ୍ୟମାନେ କଂସ ଭୂମିକା ପାଇଁ ତାଙ୍କ ନାଁ ଉପରେ ମାରିଛନ୍ତି ମୋହର। ଉତ୍ତମ ଅଭିନୟ ଓ ଉଚ୍ଚକୋଟୀର ସଂଳାପ ପାଇଁ ଅନ୍ୟ ତିନି ଜଣଙ୍କୁ ପଛରେ ପକାଇ ଭୁବନେଶ୍ୱର ପ୍ରଧାନ ବାଜି ମାରିଛନ୍ତି।ଭୁବନେଶ୍ୱର ପ୍ରଧାନ ପୂର୍ବରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରି ସାରିଛନ୍ତି। ଶେଷଥର ପାଇଁ ସେ ୨୦୨୦ରେ କଂସ ମହାରାଜା ଭୂମିକାରେ ଅଭିନୟ କରିଥିଲେ।ବରଗଡ଼ ଧନୁଯାତ୍ରାର କଂସ ଚରିତ୍ରରେ ଅଭିନୟ କରିଥିବା ହୃଷିକେଶ ଭୋଇଙ୍କୁ ନିକଟରେ ଚାକିରିରୁ ସସପେଣ୍ଡ କରାଯାଇଥିଲା । ମହାପ୍ରୟାଣ ଗାଡ଼ିରେ ଗାଇସିଲଟକୁ ମୃତଦେହ ନେବା ପାଇଁ ମୃତକଙ୍କ ପରିବାର ଠାରୁ ହୃଷିକେଶ ୩ ହଜାର ଟଙ୍କା ଆଣିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଉକ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଏକ ତଦନ୍ତକାରୀ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମର ରିପୋର୍ଟ ଆଧାରରେ ହୃଷିକେଶଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ଏହି ଖବରରୁ ନେଇ ବରଗଡ଼ ସମେତ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ହୃଷିକେଶ ଭୋଇ ଏଥର ବାଦ୍ ପଡ଼ିବା ପରେ ନୂଆ କଂସ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେଥିରେ ଭୁବନେଶ୍ୱର କୁମାର ବାଜି ମାରି ନେଇଥିଲେ । ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଭୁବନେଶ୍ୱର ପ୍ରଧାନଙ୍କୁ ଦର୍ଶକ ଦେଖିବାକୁ ପାଇବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!