ସରିଲା ଡିଜିପି ସମ୍ମିଳନୀ ; ଦିଲ୍ଲୀ ଫେରିଲେ ମୋଦୀ, ଶାହ

ନୂଆଦିଲ୍ଲୀ,୧ା୧୨:ଭୁବନେଶ୍ଵରରେ ଚାଲିଥିବା ଡିଜିପି ଓ ଆଇଜିପି ସମ୍ମିଳନୀ ଶେଷ ହେବା ପରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଫେରିଯାଇଛନ୍ତି। ତାଙ୍କ ସହିତ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବି ନୂଆଦିଲ୍ଲୀ ଫେରିଛନ୍ତି। ସମ୍ମିଳନୀ ସରିବା ପରେ ପ୍ରଧାନମନ୍ତ୍ରୀ ଏବଂ ସ୍ଵରାଷ୍ଟ୍ରମନ୍ତ୍ରୀ ଲୋକସେବା ଭବନରୁ ବାହାରି ବିମାନବନ୍ଦର ଯାଇଥିଲେ। ସେଠାରୁ ସ୍ଵତନ୍ତ୍ର ବିମାନରେ ଦିଲ୍ଲୀ ଯାଇଥିଲେ|ଭୁବନେଶ୍ବର ଲୋକସେବା ଭବନରେ ଚାଲିଥିବା ତିନି ଦିନିଆ ସର୍ବ ଭାରତୀୟ ଡିଜି, ଆଇଜି ସମ୍ମିଳନୀ ଉଦଯାପନ ହୋଇଛି। ଦେଶର ଶୀର୍ଷ ପୋଲିସ ପଦାଧୀକାରୀ ଓ ଜାତୀୟ ସୁରକ୍ଷା ଏଜେନ୍ସୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ। ଦେଶ ସୁରକ୍ଷା ନେଇ ପ୍ରସ୍ତୁତ ହୋଇଛି ରୋଡ଼ ମ୍ୟାପ। ନକ୍ସଲ ଦମନ ପାଇଁ ତିଆରି ହୋଇଛି ରଣନୀତି। ନୂଆ ପୋଲିସ ଆଇନରେ ତଦନ୍ତ ପକ୍ରିୟା ନେଇ ହୋଇଛି ବ୍ୟାପକ ମାନସମନ୍ଥନ। ସମ୍ମିଳନୀର ଅନ୍ତିମ ଦିନରେ ଅନ୍ତର୍ଜାତୀୟ ଡ୍ରଗ୍ସ ସ୍ମଗଲିଙ୍ଗ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଦେଶକୁ ଗଳା ବାଟ ଦେଇ  କୋଟି କୋଟି ଟଙ୍କାର ହେରୋଇନ, ବ୍ରାଉନସୁଗର ଆସୁଛି ତାକୁ ରୋକିବା ଉପରେ ସମ୍ମିଳନୀରେ ଦିଆଯାଇଛି ଜୋର। ସେହିପରି ଚୀନ୍, ନାଇଜେରିଆରେ ବସି ଭାରତରୁ ପ୍ରତିଦିନ କୋଟି କୋଟି ଟଙ୍କା ଲୁଟୁ ଥିବା ସାଇବର ଠକଙ୍କ ଉପରେ କିପରି ଅଙ୍କୁଶ ଲଗାଯାଇପାରିବ ସେ ଦିଗରେ ବି କରାଯାଇଛି ଆଲୋଚନା ସେହିପରି ନୂଆ ପୋଲିସ ଆଇନ ଆଧାରରେ କିଭଳି ତଦନ୍ତ କରାଯିବ ସେନେଇ ସମ୍ମିଳନୀରେ ମାନସମନ୍ଥନ ହୋଇଛି। NIA, ସିବିଆଇ ଭଳି ସଂସ୍ଥା ନୂଆ ପୋଲିସ ଆଇନ ଅନୁସାରେ କେମିତି କାମ କରିବେ ସେନେଇ ମଧ୍ୟ ଆଲୋଚନା ହୋଇଛି। ଆଗାମୀ ବର୍ଷରେ ଦେଶପାଈଁ କଣ ଆହ୍ବାନ ରହିଛି ସେନେଇ ସମସ୍ତ ପୋଲିସ ଅଧିକାରୀଙ୍କୁ ଟାସ୍କ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଡିଜିପି ଓ ଆଇଜିପି ମାନେ ନିଜ ରାଜ୍ୟକୁ ଫେରିବା ପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି କାମକରିବାକୁ କୁହାଯାଇଛି।ପ୍ରଥମଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଯୋଗଦେଇ ଦେଶ ସୁରକ୍ଷାର ସବୁ ଦିଗକୁ ନେଇ ଆଲୋଚନା କରିଛନ୍ତି। ପରେ କଡା ସୁରକ୍ଷା ଭିତରେ ଦିଲ୍ଲୀ ଫେରି ଯାଇଛନ୍ତି ଦେଶର ଏହି ତିନି ଟପ ଲିଡର।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!