ଭୁବନେଶ୍ୱର,୨।୧୧ :ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ ଘଟଣାର ଗୁଗୁଲକୁ ଚିଠି ଲେଖିଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ୍। କେଉଁ ଆଇପି ଆଡ୍ରେସରୁ ପନ୍ନୁର ଇ-ମେଲରୁ ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଆବଶ୍ୟକ ପଡ଼ିଲେ ଏନଆଇଏ ମଧ୍ୟ ମାମଲାର ତଦନ୍ତ କରିପାରେ ବୋଲି କୁହାଯାଇଛି।ଭୁବନେଶ୍ୱରରେ ଡିଜି ସମ୍ମିଳନୀ ଚାଲିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଯେଉଁଥିଲେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଥିଲା। ଗତ ରବିବାର ଦିନ ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଇ-ମେଲ୍ ରେ ଅଡିଓ ମେସେଜ କରି ଚେତାବନୀ ଦେଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏଥିସହ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦେବାସହ ଭିଡିଓ ଜାରି କରି ଭୁବନେଶ୍ୱରକୁ ‘CITY OF TERROR’|ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଏବଂ ନବୀନ ଦାସଙ୍କ ପାଖକୁ ଆସିଥିଲା ମେଲ୍। ଅଡିଓ ମେସେଜରେ ଭୁବନେଶ୍ବର ଏୟାରପୋର୍ଟକୁ ଟାର୍ଗେଟ କରି ବାର୍ତ୍ତା ଦେବା ସହ ବିମାନ ଉଡ଼ାଣ ନ ଭରିବାକୁ ଚେତାବନୀ ଦିଆଯାଇଥିଲା। ଏ ସଂପର୍କରେ ସାମ୍ବାଦିକ ଅକ୍ଷୟ ସାହୁ ଥାନାରେ ଜଣାଇବା ପରେ ତାଙ୍କ ଅଫିସରେ ପହଞ୍ଚି ତନାଘନା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ତେବେ ପନ୍ନୁର ଧମକପୂର୍ଣ୍ଣ ମେସେଜରେ ଓଡ଼ିଆ ଥମ୍ବନେଲକୁ ନେଇ ବଢ଼ିଥିଲା ଚର୍ଚ୍ଚା। ଓଡ଼ିଶାରେ କାମ କରୁନାହାନ୍ତି ତ ପନ୍ନୁର ଏଜେଣ୍ଟ ? ବିଦେଶରେ ରହି ସ୍ଲିପର୍ ସେଲ୍ ଦ୍ବାରା କିଛି କାଣ୍ଡ ଭିଆଇବାକୁ କରୁଛି କି ପ୍ଲାନିଂ ? ସେନେଇ ବି ତନାଘନା କରୁଛି କ୍ରାଇମବ୍ରାଞ୍ଚ। ଏହା ପୂର୍ବରୁ ଏକ ଭିଡିଓ ମେସେଜ୍ ଜାରି କରି ଡିଜିପି ସମ୍ମିଳନୀକୁ ଭଣ୍ଡୁର ପାଇଁ ଧମକ ଦେଇଥିଲା ପନ୍ନୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |