4ରେ ପୁରୀ ବ୍ଲୁ-ଫ୍ଲାଗ ବିଚ୍‌ରେ ନୌସେନା ଦିବସ ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ୱର ,୧ା୧୨:ଆସନ୍ତା ଡିସେମ୍ବର 4ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନୌସେନା ଦିବସ ସମାରୋହରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଉଛି। ଯୁଦ୍ଧ କୌଶଳ ପ୍ରଦର୍ଶନୀ ଦେଖିବା ପାଇଁ ପ୍ରବଳ ଜନ ସମାଗମକୁ ନଜରରେ ରଖି ୨୦ଟି ଅତିରିକ୍ତ ସ୍ଥାନରେ ଗାଡ଼ି ପାର୍କିଂର ବ୍ୟବସ୍ଥା କରାଯାଇଛି । ସୁରକ୍ଷାରେ ୮୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପୁରୀରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସମୀକ୍ଷା ବୈଠକ ହୋଇଥିବାବେଳେ ସମୀକ୍ଷା କରିଛନ୍ତି ଅତିରିକ୍ତ ପୋଲିସ ଡିଜି ସଂଜୀବ ପଣ୍ଡା।ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଆସନ୍ତା ୪ ତାରିଖରେ ହୀରକ ଜୟନ୍ତୀ ଉତ୍ସବ ପାଳନ କରିବାକୁ ଯାଉଛି । ଏହି ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହେବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେବେ ବୋଲି ଚୂଡ଼ାନ୍ତ ହୋଇଛି। ସମ୍ମାନିତ ଅତିଥିଭାବେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ସମ୍ପର୍କରେ ଅଧ୍ୟକ୍ଷ ପ୍ରାଧ୍ୟାପକ ଡା. ଅରୁଣ କୁମାର ଦାସ ସୂଚନା ଦେଇଛନ୍ତି। ଏହି ତିନି ଦିନରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୁର୍ବେଦ ପର୍ବ ଅନୁଷ୍ଠିତ ହେବ। ଦେଶବିଦେଶରୁ ଆୟୁର୍ବେଦ ଡାକ୍ତର, ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏଥିରେ ଅଂଶଗ୍ରହଣ କରିବା ସହ ଜନସ୍ୱାସ୍ଥ୍ୟ ସେବାରେ ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ ଆଲୋଚନା କରିବେ। ଏହାଛଡ଼ା କାର୍ଯ୍ୟକ୍ରମ ଅବସରରେ ମାଗଣା ସ୍ବାସ୍ଥ୍ୟଶିବିର, ସ୍ବାସ୍ଥ୍ୟପରୀକ୍ଷା, ଖାଦ୍ୟମେଳା, ଶବ୍ଦାବଳୀ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବା ଲାଗି ନିଷ୍ପତ୍ତି ହୋଇଛି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!