ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ମିଳିବ ପଦୋନ୍ନତି

ଭୁବନେଶ୍ୱର,୨।୧୨:ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ରେ କାର୍ଯ୍ୟରତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ମିଳିବ ପଦୋନ୍ନତି। ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅଧ୍ୟାପକ / ଅଧ୍ୟାପିକାଙ୍କୁ ମିଳିବ ପ୍ରମୋସନ । ନିକଟରେ ବସିଥିବା ସିଣ୍ଡିକେଟ ବୈଠକରେ ବିଭିନ୍ନ ସମସ୍ୟାର ସମାଧାନର ବାଟ ଫିଟିଛି । ବିଶ୍ୱବିଦ୍ୟାଳୟର ଅଧ୍ୟାପକ / ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । କର୍ମଚାରୀଙ୍କୁ ପଦୋନ୍ନତି ମିଳିବା ସହ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ତଥା ବୌଦ୍ଧିକ ବିକାଶ ପାଇଁ ପାଠ୍ୟକ୍ରମ ବ୍ୟତୀତ ଅନ୍ୟାନ୍ୟ ଶିକ୍ଷା ଦିଆଯିବ ।ଏଥିସହିତ ବିଭିନ୍ନ ସାଂସ୍କୃତିକ ମହୋତ୍ସବ ସହ ବିଭିନ୍ନ ବିଭାଗରେ ଜାତୀୟସ୍ତରୀୟ କର୍ମଶାଳା କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ଫଳରେ ନାକ୍ ଗ୍ରେଡେସନ ପାଇଁ ସହାୟକ ହୋଇ ପାରିବ ବୋଲି କୁହାଯାଇଛି । ସେହିପରି ଦୀର୍ଘବର୍ଷ ହେଲା ସ୍ୱଳ୍ପ ଟଙ୍କାରେ ଖାତା ମୂଲ୍ୟାୟନ କରାଯାଉଥିବା ବେଳେ ଏଥର ଅନ୍ୟ ୟୁନିଭରସିଟି ଭଳି ଖାତା ମୂଲ୍ୟାୟନ ରାଶି ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ହୋଇଛି । ବିଶ୍ୱବିଦ୍ୟାଳୟର କୁଳପତି ଏ ବାବଦରେ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!