ଭୁବନେଶ୍ବର,୨।୧୨:ରାଜ୍ୟରେ ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି) ଥିବା ବେଳେ ୫୦୧୪ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ଏହି ସବୁ ଡାକ୍ତରଖାନାଗୁଡ଼ିକରେ ୧୧୧୪ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୫୦ଟି ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ମୟୂରଭଞ୍ଜରେ ୩୦୯ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ଏହି ଦୁଇ ଜିଲ୍ଲାରେ ଯଥାକ୍ରମେ ୮୭ ଓ ୮୮ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ତଥ୍ୟ ପ୍ରଦାନ କରିସ୍ୱାସ୍ଥ୍ୟ ମନ୍ତ୍ରୀ ବିଧାନସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୩୦ଟି ଜିଲ୍ଲାର ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା CHCରେ ୭୮୦୬ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦ ଥିବା ବେଳେ ଏବେ ମାତ୍ର ୨୭୯୨ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ବାକି ୫୦୧୪ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ଏହି ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା CHCରେ ୧୫୦୦ଟି ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର ପଦବୀ ରହିଥିବା ବେଳେ ଏବେ ମାତ୍ର ୩୮୬ ଜଣ କାର୍ଯ୍ୟ କରୁଛନ୍ତି। ବାକି ୧୧୧୪ଟି ବିଶେଷଜ୍ଞ ଡାକ୍ତର ପଦ ଖାଲି ପଡ଼ିଛି।ଗଞ୍ଜାମ ଜିଲ୍ଲାରେ ୨୮ଟି ସିଏଚ୍ସି ଥିବା ବେଳେ ୫୮୧ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି। କିନ୍ତୁ ଏବେ ଜିଲ୍ଲାର ୨୮ଟି ସିଏଚ୍ସିରେ ମାତ୍ର ୧୩୧ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ୪୫୦ଟି ଡାକ୍ତର ପଦ ଖାଲି ପଡ଼ିଛି। ମୟୂରଭଞ୍ଜ ଜିଲ୍ଲାରେ ୨୮ଟି ସିଏଚ୍ସିରେ ୫୬୭ ଜଣ ଡାକ୍ତର କାର୍ଯ୍ୟ କରିବା କଥା। କିନ୍ତୁ ଏବେ ଏଠାରେ କାର୍ଯ୍ୟ କରୁଛନ୍ତି ୨୫୮ ଜଣ ଡାକ୍ତର। ଆହୁରି ୩୦୯ଟି ପଦବୀ ଖାଲି ପଡ଼ିଛି।ଅନୁଗୋଳ ଜିଲ୍ଲାରେ ୯ଟି ସିଏଚ୍ସିରେ ୧୮୯ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ୯୩ ଜଣ କାର୍ଯ୍ୟ କରୁଛନ୍ତି ଓ ବାକି ୯୬ଟି ଖାଲି ପଡ଼ିଛି। ବାଲେଶ୍ୱରର ୧୭ଟି ସିଏଚ୍ସିରେ ୩୫୨ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ସେଠାରେ ୧୨୦ ଜଣ କାର୍ଯ୍ୟ କରୁଥିବା ବେଳେ ୨୩୨ଟି ପଦବୀ ଖାଲି ପଡ଼ିଛି। ବଲାଙ୍ଗିର ଜିଲ୍ଲାରେ ୧୫ଟି ସିଏଚ୍ସି ଥିବା ବେଳେ ୩୧୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀରୁ ୧୭୩ଟି ଖାଲି ପଡ଼ିଛି। ମାତ୍ର ୧୪୧ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ବରଗଡ଼ ଜିଲ୍ଲାର ୧୬ଟି ସିଏଚ୍ସିରେ ୩୫୨ଟି ଡାକ୍ତର ପଦବୀ ଥିବା ବେଳେ ୨୫୪ଟି ଖାଲି ପଡ଼ିଛି। ବାକି ୯୮ଟିରେ ଡାକ୍ତର କାର୍ଯ୍ୟ କରୁଛନ୍ତି।ଭଦ୍ରକ ଜିଲ୍ଲାରେ ୭ଟି ସିଏଚ୍ସି ଥିବା ବେଳେ ୧୪୭ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ୫୪ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୯୩ଟି ପଦବୀ ଖାଲି ପଡ଼ିଛି। ବୌଦ୍ଧରେ ୫ଟି ସିଏଚ୍ସିରେ ୧୦୩ଟି ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୪୫ ଜଣ କାର୍ଯ୍ୟ କରୁଛନ୍ତି। ୫୮ଟି ଡାକ୍ତର ପଦବୀ ଖାଲି ପଡ଼ିଛି।କଟକ ଜିଲ୍ଲାରେ ୧୯ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସିଏଚ୍ସି ଅଛି। ସେଗୁଡ଼ିକରେ ମୋଟ ୩୯୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି। ସେଥିରୁ ୧୧୩ଟିରେ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୨୮୧ଟି ଖାଲି ପଡ଼ିଛି। ଦେବଗଡ଼ ଜିଲ୍ଲାର ୪ଟି ସିଏଚ୍ସିରେ ୮୩ ଜଣ ଡାକ୍ତର କାର୍ଯ୍ୟ କରିବା କଥା। ମାତ୍ର ଏବେ ସେହି ଡାକ୍ତରଖାନାଗୁଡ଼ିକରେ ୧୯ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଆହୁରି ୬୪ଟି ପଦବୀ ଖାଲି ପଡ଼ିଛି।ଢେଙ୍କାନାଳ ଜିଲ୍ଲାର ୧୦ଟି ସିଏଚ୍ସିରେ ୨୦୯ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ୧୨୧ଟି ଖାଲି ପଡ଼ିଛି। ବାକି ୮୮ ଟିରେ ଡାକ୍ତର ଅଛନ୍ତି। ଗଜପତିରେ ୮ଟି ସିଏଚ୍ସିରେ ଥିବା ୧୬୮ଟି ଡାକ୍ତର ପଦବୀରୁ ୧୧୩ଟି ଖାଲି ପଡ଼ିଛି। ଜଗତସିଂହପୁର ଜିଲ୍ଲାରେ ଥିବା ୧୧ଟି ସିଏଚ୍ସିରେ ୨୧୯ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ଅଛନ୍ତି ମାତ୍ର ୭୪ ଜଣ। ବାକି ୧୪୫ଟି ଡାକ୍ତର ପବଦୀ ଖାଲି ପଡ଼ିଛି।ଯାଜପୁର ଜିଲ୍ଲାରେ ୧୨ଟି ସିଏଚ୍ସିରେ ୨୫୦ଟି ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୮୨ ଜଣ କାର୍ଯ୍ୟ କରୁଛନ୍ତି ଓ ବାକି ୧୬୮ଟି ପଦବୀ ଖାଲି ପଡ଼ିଛି। ଝାରସୁଗୁଡ଼ାରେ ୬ଟି ସିଏଚ୍ସିରେ ୧୨୫ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ୪୧ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୮୪ଟି ପଦବୀ ଖାଲି ପଡ଼ିଛି।କଳାହାଣ୍ଡିରେ ୧୭ଟି ସିଏଚ୍ସିରେ ୩୫୩ଟି ଡାକ୍ତର ପଦବୀ ଥିବା ବେଳେ ୨୧୫ଟି ଖାଲି ପଡ଼ିଛି। କନ୍ଧମାଳରେ ୧୪ଟି ସିଏଚ୍ସିରେ ୨୯୨ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଥିବା ବେଳେ ୨୦୦ଟି ଖାଲି ପଡ଼ିଛି। ମାତ୍ର ୯୨ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। କେନ୍ଦ୍ରାପଡ଼ାରେ ୮ଟି ସିଏଚ୍ସିରେ ୧୬୮ଟି ଡାକ୍ତର ପଦବୀରୁ ୧୧୩ଟି ଖାଲି ପଡ଼ିଥିବା ବେଳେ କେନ୍ଦୁଝରରେ ୧୭ଟି ସିଏଚ୍ସିରେ ୩୫୩ଟି ପଦବୀରୁ ୨୨୬ଟି, ଖୋର୍ଦ୍ଧାରେ ୧୨ଟି ସିଏଚ୍ସିରେ ୨୫୦ଟି ପଦବୀରୁ ୧୨୬ଟି, କୋରାପୁଟରେ ୧୬ଟି ସିଏଚ୍ସିରେ ୩୩୪ଟି ପଦବୀରୁ ୨୦୪ଟି ଓ ମାଲକାନଗିରିରେ ୬ଟି ସିଏଚ୍ସିରେ ୧୨୬ଟି ପଦବୀରୁ ୮୪ଟି ପଦବୀ ଖାଲି ପଡ଼ିଛି।ନବରଙ୍ଗପୁର ଜିଲ୍ଲାରେ ୧୦ଟି ସିଏଚ୍ସି କାର୍ଯ୍ୟ କରୁଥିବା ବେଳେ ମଞ୍ଜୁରୀପ୍ରାପ୍ତ ୨୧୧ଟି ଡାକ୍ତର ପଦବୀରୁ ୧୧୮ଟି ଖାଲି ପଡ଼ିଛି। ମାତ୍ର ୯୩ ଜଣ ଡାକ୍ତର ଏବେ କାର୍ଯ୍ୟ କରୁଛନ୍ତି। ନୟାଗଡ଼ର ୧୨ଟି ସିଏଚ୍ସିରେ ମଞ୍ଜୁରୀପ୍ରାପ୍ତ ୨୪୮ଟି ଡାକ୍ତର ପଦବୀରୁ ୧୬୩ଟି ଖାଲି ପଡ଼ିଥିବା ବେଳେ ନୂଆପଡ଼ାରେ ୫ଟି ସିଏଚ୍ସିରେ ୧୦୪ଟି ପଦବୀରୁ ୪୮ଟି ଓ ପୁରୀରେ ୧୬ଟି ସିଏଚ୍ସିରେ ୩୩୧ଟି ଡାକ୍ତର ପଦବୀ ଥିବା ବେଳେ ୨୧୧ଟି ଖାଲି ପଡ଼ିଛି।ରାୟଗଡ଼ ଜିଲ୍ଲାରେ ଥିବା ୧୧ଟି ସିଏଚ୍ସିରେ ୨୩୧ଟି ଡାକ୍ତର ପଦବୀ ଥିବା ବେଳେ ୧୬୭ଟି ଖାଲି ପଡ଼ିଛି। ଏଠାରେ ମାତ୍ର ୬୪ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ସମ୍ବଲପୁର ଜିଲ୍ଲାରେ ୧୧ଟି ସିଏଚ୍ରେ ମାତ୍ର ୭୫ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଏହି ଜିଲ୍ଲାରେ ଥିବା ସିଏଚ୍ସିଗୁଡ଼ିକରେ ୨୩୦ଟି ଡାକ୍ତର ପଦବୀ ଥିବା ବେଳେ ୧୭୩ଟି ଖାଲି ପଡ଼ିଛି। ସୁବର୍ଣ୍ଣପୁରରେ ୫ଟି ସିଏଚ୍ସିରେ ୩୭ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୬୮ଟି ପଦବୀ ଖାଲି ପଡ଼ିଛି। ସୁନ୍ଦରଗଡ଼ରେ ୨୦ଟି ସିଏଚ୍ସିରେ ୪୧୭ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ୧୬୭ ଜଣ କାର୍ଯ୍ୟ କରୁଛନ୍ତି। ବାକି ୨୫୭ଟି ଖାଲି ପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |