ନୂଆଦିଲ୍ଲୀ,୨।୧୨:ମେ ୧୮ରେ ହେବ JEE Advanced ପରୀକ୍ଷା ୨୦୨୫| ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ପରୀକ୍ଷା ୨୦୨୫ର ତାରିଖ ଘୋଷଣା କରିଛି ଆଇଆଇଟି କାନପୁର । ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିଲେ ସେମାନେ ଜେଇଇ ଆଡଭାନ୍ସଡର ଅଫିସିଆଲ ୱେବସାଇଟ୍ https://jeeadv.ac.in/ କୁ ଯାଇ ନୂଆ ତାରିଖ ଚେକ୍ କରିପାରିବେ । ୨୦୨୪ରେ ଏହି ପରୀକ୍ଷା ମେ ୨୬ରେ ଆୟୋଜିତ ହୋଇଥିବା ବେଳେ ୨୦୨୫ରେ ମେ ୧୮ ତାରିଖରେ ଅନୁଷ୍ଠିତ ହେବ । ଏଥର ସଂଯୁକ୍ତ ପ୍ରବେଶ ବୋର୍ଡ (ଜେଏବି) କ୍ଷରୁ ଜେଇଇ ପାଇଁ ପ୍ରୟାସ ସଂଖ୍ୟାକୁ ଦୁଇରୁ ବୃଦ୍ଧି କରି ୩ କରାଯାଇଥିଲା । ତେବେ ଜେଏବି ପକ୍ଷରୁ ଘୋଷଣା କରାଯିବାର କିଛି ସପ୍ତାହ ପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଆଯାଇଥିଲା ।ପୂର୍ବରୁ ଆଇଆଇଟି କାନପୁର ତରଫରୁ ଜେଇଇ ଆଡଭାନ୍ସର ସିଲାବସ୍ ଜାରି କରାଯାଇଥିଲା । ଏଥର ଜେଇଇ ଆଡଭାନ୍ସ ପରୀକ୍ଷା କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସହ ଆୟୋଜନ କରାଯିବ । ଜେଏବି ପକ୍ଷରୁ ଜେଇଇ ଆଡଭାନ୍ସ ୨୦୨୫ ଯୋଗ୍ୟତା ମାନଦଣ୍ଡ ଜାରି କରାଯାଇଥିଲା । ଏଥିସହିତ ପ୍ରୟାସ ସଂଖ୍ୟାକୁ ୩ରୁ ହ୍ରାସ କରି ୨ କରି ଦିଆଯାଇଥିଲା । ବୋର୍ଡ ପକ୍ଷରୁ ଆବଶ୍ୟକତାକୁ ବିଚାର କରାଯିବା ପରେ ଜେଇଇ ଆଡଭାନ୍ସର ୩ୟ ପ୍ରୟାସକୁ ହଟାଇ ଦିଆଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |