ମାଝୀଗୁଡା ଗ୍ରାମରେ ଜୈବ ସାଧନ କେନ୍ଦ୍ର ଉଦଘାଟନ।

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୪ା୧୨:ଘଡାଖୁଣ୍ଟା ପଞ୍ଚାୟତ ଅନ୍ତରଗତ ମାଝୀଗୁଡା ଠାରେ ମା ଭଣ୍ଡାରୁଣୀ ଏସଏସଜି ଗ୍ରୁପ ଓ ହର୍ଷ ଟ୍ରଷ୍ଟର ମିଳିତ ଉଦ୍ୟମରେ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ବୈଷୟିକ ସହାୟତା ପାଇଁ ଜୈବ ସାଧନ କେନ୍ଦ୍ର ଉଦଘାଟନ ହେଲା।ଏହାର ମୂଳ ଉଦ୍ୟାସ ହେଲା ମହିଳା ଉଦ୍ୟାଗୀ ଅଳ୍ପ ଖର୍ଚ୍ଚରେ କୀଟ ନାଶକ ପ୍ରସ୍ତୁତ କରିପାରିବେ ଏଵଂ ସମସ୍ତେ ପ୍ରାକୃତିକ ଉପାୟରେ ଚାଷ କରିପାରିବେ। ଏଠାରେ ବିଭିନ୍ନ ପ୍ରକାର ଜୈବ କୀଟ ନାଶକ ଔଷଧ ମା ଭଣ୍ଡାରୁଣୀ ଏସଏସଜି ପ୍ରସ୍ତୁତି କରି ଚାଷି ମାନଙ୍କୁ ଜଗାଇଦେବେ। ଆଜିର ଏହି ଉଦଘାଟନ ସମୟରେ ଉପସ୍ଥିତି ଥିଲେ ମୁଖ୍ୟ ଅତିଥି ଘଡାଖୁଣ୍ଟା ସରପଞ୍ଚ ଲୀଲାଡେଇ ଭତ୍ରା,ମୁଖ୍ୟବକ୍ତା ଦୀପକ କିସର ନାୟକ, ସଂମ୍ମାନିତ ଅତିଥି ସମିତି ସଭ୍ୟ ପର୍ଶୁରାମ ଶବର, ଘଡାଖୁଣ୍ଟାଓ ବରିଗାଁ ଏମବିକେ,ଜିପିଏଲଏଫ ସଦର୍ଶ ପ୍ରମ୍ମୁଖ। ଆଜିର କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ଲଳିତ, ସୁବର୍ଣ୍ଣ, ରାଜୀବ, କିରନ, ବିମଳା ଏଵଂ ଗ୍ରାମର ମହିଳା ମାନେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!