ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୪ା୧୨:ପରିତ୍ୟକ୍ତ ଘରର ଝରକା ତାଡୁଥିବା ବେଳେ ଭୁଶୁଡି ପଡ଼ିଲା ଛାତ। ଆଉ ସେହି ଛାତ ତଳେ ଚାପି ହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଆଜି ଏପରି ହୃଦୟବିଦାରକ ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଘଟିଛି।ସକାଳ 6 ଘଣ୍ଟା ସମୟରେ କୃଷିଫାର୍ମ ନିକଟରେ ମୋବାଇଲ ଟାୱାର ତାଳେ ଥିବା ପୂରୁଣା ଘରର ଲୁହା କଡ଼ିବା ସମୟରେ କାନ୍ଥ ପଡି ହାଟପଦାର ମହେଶ୍ୱର ଗୌଡ଼ (୧୨)ବର୍ଷ ବାଳକର ମୃତ ହୋଇ ଥିଲା ଏଵଂ ଉମା ଜାନି (୧୦)ନାମକ ବାଳକ ଉପରେ କାନ୍ଥ ଚାପି ହୋଇ ଗୁଡ଼ ଭାଙ୍ଗି ଯାଇଛି। ସ୍ଥାନୀୟ ଲୋକ ମାନେ ଏଵଂ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଅସି ଉଦ୍ଧାର କରିବା ପରେ ମେଡିକାଲକୁ ଆଣିଥିଲେ। ମେଡିକାଲରେ ପୋଲିସ ପହଂଚି ତଦନ୍ତ ଆରମ୍ବ କରିବା ସହ ଡାବୁଗାଁ ଡକ୍ଟର ମହେଶ୍ୱର ମୃତ ଘୋଷଣା କରିଥିଲା।ଡାବୁଗାଁ ସଦର ହାଟପଦା ସାହିଠାରୁ ଅଳ୍ପ ଦୂରରେ ରହିଛି ଗୋଟିଏ ମୋବାଇଲ୍ ଟାୱାର୍। ସେହି ମୋବାଇଲ ଟାୱାର୍ ପାଖରେ ଥିବା ବିଶ୍ରାମ ଗୃହଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା। ମୋବାଇଲ୍ ଟାୱାର୍ଟି କାର୍ଯ୍ୟକ୍ଷମ ନଥିବାରୁ ବିଶ୍ରାମ ଗୃହରେ କେହି ରହୁନଥିଲେ। ଆଜି ସକାଳେ ହାଟପଦା ସାହିର ମହେଶ ଗୌଡ଼ ଓ ଉମା ଜାନୀ ନାମକ ଦୁଇ ନାବାଳକ ମୋବାଇଲ୍ ଟାୱାର୍ ବିଶ୍ରାମ ଗୃହ ଝରକା ଭାଙ୍ଗି ରଡ୍ ବାହାର କରୁଥିବା ଅଭିଯୋଗ ହୋଇଥିଲା।ତେବେ ଅସାବଧାନତା ଯୋଗୁ ମୋବାଇଲ ଟାୱାର୍ ବିଶ୍ରାମ ଗୃହ ଛାଡ଼ ଭୁଶୁଡ଼ି ପଡ଼ିଥିଲା। ଆଉ ସେହି ଛାତ ତଳେ ଦୁଇ ନାବାଳକ ଚାପି ହୋଇଯାଇଥିଲେ। ଭୁଶୁଡିବା ଶବ୍ଦ ଓ ଦୁଇ ନାବାଳକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାକୁ ଧାଇଁ ଆସିଥିଲେ। ଏନେଇ ଡାବୁଗାଁ ଅଗ୍ନିଶମ ବିଭାଗ ଓ ପୁଲିସ୍କୁ ଖବର ଦେଇଥିଲେ। ଗାଁ ଲୋକଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀମାନେ କଂକ୍ରିଟ୍ ଛାତ ତଳୁ ମହେଶ ଗୌଡ଼ ଓ ଉମା ଜାନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଡାବୁଗାଁ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ମହେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |