ସ୍ୱର୍ଣ୍ଣ ମନ୍ଦିରରେ ଫୁଟିଲା ଗୁଳି

ନୂଆଦିଲ୍ଲୀ,୪।୧୨:ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ ସମୟର ଭିଡିଓ ସାମ୍ନାକୁ ଆସିଛି। ଗୁଳିମାଡ଼ କରିଥିବା ଆକ୍ରମଣକାରୀ ନାରାୟଣ ସିଂହକୁ ଗିରଫ କରିନେଇଛି ପୁଲିସ। ସେ ଜଫରବାଲ ଗ୍ରୁପ ଓ ବାବର ଖାଲସା ଆତଙ୍କବାଦୀ ସଂଗଠନ ସହ ଜଡିତ ଥିବା କୁହାଯାଉଛି। ତେବେ ଶିରୋମଣି ଅକାଳୀ ଦଳର ନେତା ସୁଖବୀର ସିଂ ବାଦଲ ଏହି ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଛନ୍ତି।ଆଜି ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାରରେ ବାବର ଖାଲସା ଇଣ୍ଟରନ୍ୟାସନାଲ (BKI)ର ପୂର୍ବତନ ଆତଙ୍କବାଦୀ ନାରାୟଣ ସିଂ ଚୌରା ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳିମାଡ଼ କରିଥିଲା। ନାରାୟଣ ସିଂ ଚୌରାକୁ ଉପସ୍ଥିତ ଥିବା ଲୋକଙ୍କୁ ଧରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସର ସୂଚନାନୁସାରେ ଗତକାଲିଠାରୁ ଅଭିଯୁକ୍ତ ନାରାୟଣ ସିଂ ସ୍ୱର୍ଣ୍ଣ ମନ୍ଦିରରେ ଥିଲା। ଗୁଳି ଚଳାଇବା ପୂର୍ବରୁ ସେ ନତମସ୍ତକ ହୋଇଥିଲା ଓ ପରେ ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳି ଚଳାଇଥିଲା। ତେବେ ଗୁଳି ବିନିମୟରେ କେହି ଆହତ ହୋଇନଥିବା ଜଣାପଡିଛି ।ଧାର୍ମିକ ଦଣ୍ଡ ଅନୁଯାୟୀ ମନ୍ଦିର ପ୍ରବେଶ ଦ୍ୱାରରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିବା ସୁଖବୀର ସିଂ ବାଦଲ ସୁରକ୍ଷିତ ଅଛନ୍ତି। ଭିଡିଓରେ ସୁଖବୀର ସିଂ ବାଦଲ ଏକ ହ୍ୱିଲ ଚେୟାରରେ, ନୀଳ ‘ସେବାଦାର’ ୟୁନିଫର୍ମରେ ବସି ତାଙ୍କ ହାତରେ ବର୍ଚ୍ଛା ଧରିଥିବାର ଦେଖାଯାଇଛି। ଯେତେବେଳେ ସୁଟର ବନ୍ଧୁକ ବାହାର କରିଥିଲା, ସେ ତଳକୁ ନଇଁ ଯାଇଥିଲେ। ତେବେ ଅକାଳୀ ଦଳର ନେତାଙ୍କ ସହ ଉପସ୍ଥିତ ଥିବା ମନ୍ଦିର ଅଧିକାରୀମାନେ ତୁରନ୍ତ ସୁଟରକୁ କାବୁ କରି ନେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!