ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାବିସ

ନୂଆଦିଲ୍ଲୀ,୫ା୧୨: ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ। ମୁମ୍ବାଇ ଆଜାଦ ମୈଦାନରେ ସନ୍ଧ୍ୟାରେ ହେବ ଶପଥ ଗ୍ରହଣ ସମାରୋହ। ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଜୟ ରୂପାନୀ।ମହାରାଷ୍ଟ୍ରର ରାଜ୍ୟପାଳ ସି.ପି ରାଧାକୃଷ୍ଣନ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ନୂଆ ସରକାର କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦେବେନ୍ଦ୍ର ଫଡନାଭିସ୍ ଆଜି ଅର୍ଥାତ ୫ ଡିସେମ୍ବର ଗୁରବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆୟୋଜିତ ହେବାକୁ ଥିବା ସମାରୋହରେ ଜାତୀୟବାଦୀ କଂଗ୍ରେସ ପାର୍ଟୀର ନେତା ଅଜିତ ପାୱାର ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ।ଶପଥ ଗ୍ରହଣ ସମାରୋହର ସମସ୍ତ ପ୍ରସ୍ତୁତି ସରିଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ଅତିଥିଙ୍କ ତାଲିକା ମଧ୍ୟ ପସ୍ତୁତ ହୋଇସାରିଛି। ତାଙ୍କ ଶପଥ ଗ୍ରହଣ ସମାରୋହରେ ପିଏମ ମୋଦୀଙ୍କ ବ୍ୟତୀତ ‘ଲାଡଲୀ ବେହେନ’ ଯୋଜନାର ୧,୦୦୦ ହିତାଧିକାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।ସମାରୋହରେ ସାମିଲ ହେବେ ଏହି ଅତିଥି:
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
-କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
-ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା
-ଏନଡିଏ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ/ ଉପମୁଖ୍ୟମନ୍ତ୍ରୀ
-କେନ୍ଦ୍ରୀୟ ମନ୍ତ୍ରୀ
-ସାଧୁ ସନ୍ଥ
-‘ଲାଡଲୀ ବେହେନ’ ଯୋଜନାର ୧,୦୦୦ ହିତାଧିକାରୀ ମହିଳା
-କୃଷକ ହିତାଧିକାରୀ
-ଶିଳ୍ପପତି, ମନୋରଞ୍ଜନ, ଶିକ୍ଷା ଏବଂ ସାହିତ୍ୟ ଜଗତର ଜଣାଶୁଣା ବ୍ୟକ୍ତି
-ମହାୟୁତିର ସମସ୍ତ ଦଳ- ବିଜେପି, ଶିବସେନା ଏବଂ ଏନସିପିର କାର୍ଯ୍ୟକର୍ତ୍ତା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!