ରାଜନୀତିରୁ ସନ୍ନ୍ୟାସ ନେଲେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋଏଲ୍

ନୂଆଦିଲ୍ଲୀ,୫।୧୨:: ଦିଲ୍ଲୀ ବିଧାନସଭାର ସ୍ପିକର ରାମ ନିବାସ ଗୋୟଲ ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି। ଏନେଇ ସେ ଆମ୍ ଆଦମୀ ପାର୍ଟୀର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଛନ୍ତି ଏବଂ ବୟସ ବୃଦ୍ଧିର କାରଣ ଦର୍ଶାଇ ରାଜନୀତିରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି।ଅରବିନ୍ଦ କେଜ୍ରିଓ୍ୱାଳଙ୍କୁ ଲେଖିଥିବା ଚିଠିରେ ରାମ ନିବାସ ଗୋଏଲ କହିଛନ୍ତି ଯେ, ‘ଗତ ୧୦ ବର୍ଷ ଧରି ମୁଁ ବିଧାନସଭାର ବିଧାୟକ ତଥା ବାଚସ୍ପତି ଭାବରେ ମୋର ଦାୟିତ୍ୱକୁ ଦକ୍ଷତାର ସହ ପାଳନ କରିଛି। ତୁମେ ମୋତେ ସବୁବେଳେ ବହୁତ ସମ୍ମାନ ଦେଇଛ, ଯାହା ପାଇଁ ମୁଁ ତୁମ ପାଖରେ ସର୍ବଦା କୃତଜ୍ଞ ରହିବ। ଦଳ ଏବଂ ସମସ୍ତ ବିଧାୟକ ମଧ୍ୟ ମୋତେ ବହୁତ ସମ୍ମାନ ଦେଇଛନ୍ତି, ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ମୋର ବୟସ ହେତୁ ମୁଁ ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି। କିନ୍ତୁ ମୁଁ ମୋର ସମସ୍ତ ହୃଦୟ, ମନ ଏବଂ ଧନ ସହିତ ଆମ୍ ଆଦମୀ ପାର୍ଟିର ସେବା ଜାରି ରଖିବି। ଆପଣ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ମୁଁ କରିବାକୁ ଚେଷ୍ଟା କରିବି।’ସେପଟେ ଗୋଏଲଙ୍କ ଏହି ଘୋଷଣା ପରେ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁ। ଗୋଏଲ ସାହେବ ଆମ ପରିବାରର ଅଭିଭାବକ ଥିଲେ ଏବଂ ରହିବେ। ଭବିଷ୍ୟତରେ ମଧ୍ୟ ପାର୍ଟି ତାଙ୍କ ଅଭିଜ୍ଞତା ଏବଂ ସେବାର ଆବଶ୍ୟକ ପଡିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!