ନୂଆଦିଲ୍ଲୀ,୫।୧୨: ସରକାରୀ କର୍ମଚାରୀଙ୍କୁ ବଡ଼ଦିନ ଉପହାର ଦେଇଛନ୍ତିସରକାର। ସରକାରୀ କର୍ମଚାରୀ ଓ ପେନଶନଭୋଗୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଭେଟି ଦେଇଛନ୍ତି। ଦେଶର ୯ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା।ପ୍ରାୟ ୯ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ (ଡିଏ) କୁ ୩ ପ୍ରତିଶତରୁ ବୃଦ୍ଧି କରି କରାଯାଇଛି। ଏହି ନିଷ୍ପତ୍ତି ଜୁଲାଇ ୧, ୨୦୨୪ର ପୂର୍ବ ତାରିଖରୁ କାର୍ଯ୍ୟକାରୀ ହେବ। ଗୁଜୁରାଟ ରାଜ୍ୟ ସେବା (ଦେୟ ସଂଶୋଧନ) ନିୟମ, ୨୦୧୬ ଅନୁଯାୟୀ ଡିଏକୁ ବର୍ତ୍ତମାନର ୫୦ପ୍ରତିଶତରୁ ବତନର ୫୩ ପ୍ରତିଶତକୁ ବୃଦ୍ଧି କରିବାକୁ ଅର୍ଥ ବିଭାଗ ଏକ ପ୍ରସ୍ତାବ ଜାରି କରିଛି। ଜୁଲାଇରୁ ନଭେମ୍ବର ମଧ୍ୟରେ ଥିବା ବକେୟା ଜାନୁଆରୀ ୨୦୨୫ ରେ ଡିସେମ୍ବର ମାସର ଦରମା ଏବଂ ପେନଶନ ସହିତ ପ୍ରଦାନ କରାଯିବ।ସମସ୍ତ ରାଜ୍ୟ ସରକାର ଏବଂ ପଞ୍ଚାୟତ କର୍ମଚାରୀ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀ ଏବଂ ସପ୍ତମ ବେତନ ଆୟୋଗ ଅଧୀନରେ ଥିବା ଅଣ-ସରକାରୀ ବିଦ୍ୟାଳୟର କର୍ମଚାରୀମାନେ ଏହି ଡିଏ ବୃଦ୍ଧିରେ ଉପକୃତ ହେବେ। ଉପଯୁକ୍ତ ସଂଶୋଧନ ସହିତ ଏହାର ଲାଭ ପ୍ରାଥମିକ ଶିକ୍ଷକ ଏବଂ ପଞ୍ଚାୟତରେ ଡେପୁଟେସନ କିମ୍ବା ଟ୍ରାନ୍ସଫର ଉପରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ, ଯେଉଁମାନେ ଆୟୋଗ ଅନୁଯାୟୀ ବେତନ ସଂଶୋଧନ ପାଇଁ ଅନୁମୋଦନ ପାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |