ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଚାଷୀ ପ୍ରତିନିଧି ବୈଠକ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର), ,୬ା୧୨:ନବରଙ୍ଗପୁର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କୃଷକ ମୋର୍ଚ୍ଚା ତରଫରୁ ଚାଷୀ ପ୍ରତିନିଧି ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକକୁ ପରିଚାଳନା କରିଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର। ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଓ ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୟୀ , ବିଶିଷ୍ଟ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ପୁଲିନ ପ୍ରକାଶ ପୂହାନ, ବରିଷ୍ଠ ବିଜେପି ନେତା ସୋମନାଥ ପୂଜାରୀ ଓ ରାଜ୍ୟ ସଂପାଦକ ପ୍ରଶାନ୍ତ ସ୍ବାଇଁ ଉପସ୍ଥିତ ଥିଲେ। କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସୋନା ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜଗଦୀଶ କଲାର ଓ ରମାପତୀ ବିଷୟୀ ମଧ୍ୟ ମଞ୍ଚାସିନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ଉପସଭାପତି ସନାତନ ତ୍ରିପାଠୀ, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ କୃଷ୍ଣ ମାତ୍ରା, ବିରେନ୍ଦ୍ର ପୂଜାରୀ, ରତନ କଲାର, ଗୋବିନ୍ଦ ମାଝୀ, ଲକ୍ଷ୍ମୀ ଜାନୀ, କାଞ୍ଚନ ହରିଜନ, ଦଶମୁ କଲାର, ରାଜେନ୍ଦ୍ର ବିଷୟୀ, ଲବ ଦତ, ବେଣୁ ମାଝୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!