ଭୁବନେଶ୍ୱର, ୮।୧୨;ଓଡ଼ିଶା ସିଟିଜେନ୍ସ ଆୱାର୍ଡର ଦ୍ବାଦଶ ତମ ସଂସ୍କରଣରେ ଚଳିତ ବର୍ଷ ମୋଟ ୯ଟି ବିଭାଗରେ ଜୁରୀ ମେମ୍ବରଙ୍କ ପକ୍ଷରୁ ମନୋନିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି । ସେମାନେ ହେଲେ କୃଷି ପାଇଁ ସୁଦାମ ସାହୁ, କଳା ଓ ସଂସ୍କୃତି ପାଇଁ ପ୍ରଦୋଶ ସ୍ବାଇଁ, ବ୍ୟବସାୟରେ ବୋଧିସତ୍ତ୍ବ ସଂଘପ୍ରିୟ, ଶିକ୍ଷାରେ ବେଦାଙ୍ଗ ଦାସ ମହାନ୍ତି, ମନୋରଂଜନରେ ସତ୍ୟବ୍ରତ ରାଉତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ପତିତ ପାବନ ମହାନ୍ତି, ରାଜନୀତି କ୍ଷେତ୍ରରେ ବିଧାୟକ ଲକ୍ଷ୍ମଣ ବାଗ୍, ସମାଜସେବାରେ ରାଜେଶ୍ୱରୀ ଦଳାଇ, କ୍ରୀଡ଼ାରେ ସ୍ବୟଂମ୍ସ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ । ଓଡ଼ିଶା ଟେଲିଭିଜନ୍ ନେଟୱାର୍କର ଏମଡି ତଥା କୋ-ଫାଉଣ୍ଡର ଜଗିମଙ୍ଗତ ପଣ୍ଡା ନିଜ ଅଭିଭାଷଣରେ ଓଟିଭି ଏବଂ ଓଡ଼ିଶା ସିଟିଜେନ୍ସ ଆୱାର୍ଡର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶାଶ୍ବତ ଯୋଶୀଙ୍କ ଗ୍ରୁପ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |