ପ୍ରୟାଗରାଜ ମହାକୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର

ଭୁବନେଶ୍ୱର, ୮।୧୨:ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାକୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।ଉତ୍ତରପ୍ରଦେଶରେ ପ୍ରୟାଗରାଜ ମହାକୁମ୍ଭ ମେଳା ପାଇଁ ଖୁବ ଜୋର ସୋରରେ ପ୍ରସ୍ତୁତି ଚାଲିଛି। ତେବେ ଏହି ମହାକୁମ୍ଭ ମେଳା ପାଇଁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିମନ୍ତ୍ରଣ କରାଯାଇଥିବା ଖବର ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ମୋହନ ମାଝୀଙ୍କୁ ନିମନ୍ତ୍ରଣ ରହିଛି। ଉତ୍ତରପ୍ରଦେଶର ୨ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ଏହି ନମନ୍ତ୍ରଣ ପତ୍ର ଦେଇଛନ୍ତି। ଜାନୁଆରୀ ୧୩ରୁ ଫେବୃଆରୀ ୨୬ ଯାଏଁ ଚାଲିବ ଏହି ମହାକୁମ୍ଭ ମେଳା।ଉତ୍ତରପ୍ରଦେଶର ସଂଗମ ନଗରୀରେ ହେବାକୁ ଥିବା ଏହି କୁମ୍ଭମେଳାରେ ଭକ୍ତମାନେ ଗୋଟିଏ ସ୍ଥାନରେ ହିଁ ଦ୍ୱାଦଶ ଜ୍ୟେତିଲିଙ୍ଗ ଦର୍ଶନ କରିପାରିବେ। ମହାକୁମ୍ଭ ମେଳା ପରିସରରେ ମେଳା ପ୍ରଶାସନ ଏବଂ ବାରଣାସୀ ନଗର ନିଗମ ପକ୍ଷରୁ ଏକ ଶିବାଳୟ ପାର୍କର ନିର୍ମାଣ କରାଯାଉଛି। ଏହି ପାର୍କ ମହାକୁମ୍ଭ ମେଳା କ୍ଷେତ୍ର ପାଖରେ ଅବସ୍ଥିତ। ମହାକୁମ୍ଭ ଶିବାଳୟ ପାର୍କର ଉଦ୍ଦେଶ୍ୟ ହେଉଛି ଶିବଭକ୍ତମାନଙ୍କୁ ଏବଂ ପର୍ଯ୍ୟଟକଙ୍କୁ ଏକ ଶାନ୍ତିପୂର୍ଣ୍ଣ ଏବଂ ଧାର୍ମିକ ପରିବେଶ ପ୍ରଦାନ କରିବା। ଯେଉଁଠାରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରି ପାରିବେ ଭକ୍ତ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!