ନୂଆଦିଲ୍ଲୀ,୮।୧୨:ସିରିୟା ରାଷ୍ଟ୍ରପତି ବଶର-ଅଲ-ଅସଦ ନିଖୋଜ ହୋଇଯାଇଛନ୍ତି।ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡ଼ି ଏକ ଅଜ୍ଞାତ ସ୍ଥାନକୁ ପଳାୟନ କରିବା ପରେ ଏବେ ଦେଶରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଲୋକମାନେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିବା ସହ ରାଷ୍ଟ୍ରପତିଙ୍କ ଅନେକ ବ୍ୟକ୍ତିଗତ ଜିନିଷକୁ ଭଙ୍ଗାରୁଜା କରିବା ସହ ଲୁଟ୍ କରିଥିବା ରିପୋର୍ଟରେ କୁହାଯାଇଛି । ଏପରିକି ଏହି ଲୁଟପାଟ୍ ସମୟର କିଛି ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ରବିବାର ବିଦ୍ରୋହୀ ହାୟାତ ତାହରିର ଅଲ ସାମ୍ ସଂଗଠନ ରାଜଧାନୀ ଦାମାସ୍କସକୁ କବଜା କରିବା ପରେ ଅସଦ ଦେଶ ଛାଡ଼ି ଚାଲିଯାଇଥିଲେ। ଏକ ବିମାନ ଯୋଗେ ସେ ତାଙ୍କ ସ୍ତ୍ରୀ ଆସମା ଏବଂ ୨ ପିଲାଙ୍କ ସହିତ ଦେଶ ଛାଡ଼ି ପଳାୟନ କରିଥିଲେ। ହେଲେ ତାଙ୍କ ବିମାନ ଉଡ଼ାଣ କରିବାର କିଛି ସମୟ ପରେ ନିଖୋଜ ହୋଇଯାଇଛି। ରାଡାର ସହିତ ବିମାନର ସମ୍ପର୍କ ଚ୍ଛିନ୍ନ ହୋଇଯାଇଛି। ଫଳରେ ଅସଦ କେଉଁଠି ଅଛନ୍ତି ତାହାକୁ ନେଇ ରହସ୍ୟ ଲାଗିରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |