ବାଲେଶ୍ଵର,୮।୧୨:ବାଲେଶ୍ୱର ଅରଡ଼ ବଜାରରୁ ୨ କେଜି ବ୍ରାଉନ୍ ସୁଗାର ଜବତ କଲା ଅବକାରୀ ବିଭାଗ। ବ୍ରାଉନସୁଗାର କାରବାର କରୁଥିବା ଅଭିଯୁକ୍ତ ଅମଜାଦ ଖାନକୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ହୋଇଯାଇଛି। ଏମାନେ ମଧ୍ୟପ୍ରଦେଶରୁ ବ୍ରାଉନ୍ ସୁଗାର ଆଣି କାରବାର ପାଇଁ ଅରଡ଼ ବଜାରରେ ନିଜ ଘରେ ଗଚ୍ଛିତ ରଖିଥିଲେ। ବାଲେଶ୍ବର ଜିଲ୍ଲା ଅରଡ ବଜାରରୁ ୨ କିଲୋ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ। ବ୍ରାଉନସୁଗାର କାରବାର କରୁଥିବା ଜଣେ ଅଭିଯୁକ୍ତକୁ ଗରିଫ କରାଯାଇଥିବାବେଳେ ଅନ୍ୟଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତରା ନାଁ ଅମଜାଦ ଖାଁ ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗରୁ ବ୍ରାଉନସୁଗର ଆଣି ଅରଡ ବଜାରରେ ଗଚ୍ଛିତ ରଖିଥିଲେ। ଅରଡବ ଜାରରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚାଲାଣ କରାଯାଉଥିଲା। ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ବିଭାଗ ଏହି ଚଢାଉ କରି ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ସୂଚନା।ଅରଡ଼ ବଜାରରୁ ଓଡିଶାର ବିଭିନ୍ନ ଜିଲ୍ଲାକୁ ଏହି ବ୍ରାଉନ୍ ସୁଗାର ଚାଲାଣ କରାଯାଉଥିଲା ବୋଲି ଜଣାପଡ଼ିଛି। ତେବେ ଏନେଇ ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ବିଭାଗ ଚଢାଉ କରିଥିଲା। ଆଜି ସକାଳେ ଚଢ଼ାଉ ସମୟରେ ବାଲେଶ୍ଵର ଅରଡ଼ ବଜାର ନିକଟରେ ଗୋଟିଏ ଘରୁ ଦୁଇ କେଜି ବ୍ରାଉନ୍ ସୁଗାର ସହ ୫ ହଜାର ୫୭୦ ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍ ଓ ଜଣେ ଅଭିଯୁକ୍ତ ଅମଜାଦ ଖାନକୁ ଧରିବାରେ ସଫଳ ହୋଇଛି ବାଲେଶ୍ଵର ଅବକାରୀ ବିଭାଗ। ଜବତ ଦୁଇ କେଜି ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ଦୁଇ କୋଟି ଟଙ୍କା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |