କଟକ,୮।୧୨: କଟକରେ ଡ୍ରେନ କାମ ବେଳେ ଅଘଟଣ। ଡ୍ରେନ ନିକଟ କାନ୍ଥ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଶ୍ରମିକ ଗୁରୁତର ହୋଇ ପଡ଼ିଛନ୍ତି। ଗୁୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିଡାନାସୀରେ ଡ୍ରେନ କାମ ଚାଲିଥିବାବେଳେ ଘଟିଛି ଏହି ଅଘଟଣ। ସିଏମସି ପକ୍ଷରୁ କରାଯାଉଥିଲା ଏହି ଡ୍ରେନ କାମ। ତେବେ କେଉଁ ପରିସ୍ଥିତିରେ ଏ ଅଘଟଣ ଘଟିଛି କାରଣ ଅସ୍ପଷ୍ଟ ରହିଛି ।କଟକ ବିଡ଼ାନାସୀ ଗୋପାଳ ସାହିରେ ଡ୍ରେନ୍ କାମ ଚାଲିଥିବାବେଳେ ଏ ଦୁର୍ଘଟଣା ଘଟିଯାଇଛି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |