ଭୁବନେଶ୍ୱର,୮।୧୨: କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ଡି.ଏସ୍ କୁଟ୍ଟେ। ବିଏସ୍ଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ କୁଟ୍ଟେ। ଏବେ ସେ ଗୃହ ବିଭାଗର ଓଏସଡି ଅଛନ୍ତି। ୨୦୨୮ରେ ଅବସର କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଏସ୍ଏଫ୍ ଆଇଜି ଭାବେ ଦାୟିତ୍ୱରେ ରହିବେ IPS ଡି.ଏସ୍ କୁଟ୍ଟେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି କରାଯାଇଛି। ଗତକାଲି IPS ଆଶିଷ ସିଂ ITBP ଆଇଜି ଭାବେ ବଦଳି ହୋଇଥିଲେ।ଏବେ କୁଟ୍ଟେ ରାଜ୍ୟ ଗୃହ ବିଭାଗର ଓଏସଡି ଭାବେ ଦାୟିତ୍ୱ ତୁଲାଉଛନ୍ତି । ସେ ପୂର୍ବ ସରକାରରେ ସିଏମଓର ଜଣେ କରିତକର୍ମା ଅଧିକାରୀ ଥିଲେ । ୬ ଡିସେମ୍ବରରେ ହୋଇଥିବା ଚିଠିରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଆଡ୍ରେସ କରାଯାଇଛି । ତାଙ୍କୁ ତୁରନ୍ତ ହିଁ ଓଏସଡି ପଦରୁ ମୁକ୍ତ କରିବାକୁ କୁହାଯାଇଛି । ଆଗକୁ କୁଟେ ବିଏସଏଫ ଆଇଜି ଦାୟିତ୍ୱ ତୁଲାଇବେ । କୁଟେଙ୍କ ଆଗରୁ ଗତକାଲି ତାଙ୍କ ସହଯୋଗୀ ତଥା ବିଜେଡିର ଅନୁଗତ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ମଧ୍ୟ ନିର୍ଦ୍ଦେଶ ଆସିଥିଲା । ଉୟଭ ଗତ ସରକାରରେ ଶାସକ ଦଳର କାର୍ପଟଦାର ଅଧିକାରୀ ଥିଲେ । ଉଭୟ ସରକାରରେ ପ୍ରମୁଖ ଭୂମିକା ତୁଲାଉଥିଲେ । ଏମିତି କି ଲୋକଙ୍କୁ ଧମକ ଚମକ ଦେଇ ବିଜେଡି ସପକ୍ଷରେ ଭୋଟ ସଂଗ୍ରହ କରୁଥିବା ଅଭିଯୋଗ ହେଉଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |