ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ସକାରାତ୍ମକ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର,୯ା୧୨:ବର୍ତ୍ତମାନ ଜିଲ୍ଲା ଭିତ୍ତିକ ନିଯୁକ୍ତି ନବରଙ୍ଗପୁର ର ଏକ ଚର୍ଚ୍ଚାର ବିଷୟ ହୋଇ ପଡ଼ିଛି। ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ରାସ୍ତା ବାହାର କରିବାକୁ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପ୍ରସଙ୍ଗ କୁ ବକ୍ତବ୍ୟ ମାଧ୍ୟମରେ ବ୍ୟକ୍ତ କରିଛନ୍ତି ମାନ୍ୟବର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦଳମତ ନିର୍ବିଶେଷରେ ପ୍ରାୟ ସବୁ ଦଳର ସମର୍ଥନ ଏ ଦିଗରେ ରହିଥିବା ପରିଲକ୍ଷିତ ହେଉଛି। ଏହା ନବରଙ୍ଗପୁର ର ଏକ ପ୍ରମୁଖ ବିଷୟ ଏବଂ ଜିଲ୍ଲା ର ଶିକ୍ଷିତ ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ମିଳୁ ଏହା ଜିଲ୍ଲାବାସୀ ଙ୍କ ଆଗ୍ରହ । କିନ୍ତୁ ରାଜନୈତିକ ଦୃଷ୍ଟିକୋଣ ରୁ ମଧ୍ୟ ଭିନ୍ନଭିନ୍ନ ଦଳର ନେତା ମାନଙ୍କ ପ୍ରତିକ୍ରିୟା ବେଳେବେଳେ ମିଡ଼ିଆ ଓ ସାମାଜିକ ଗଣମାଧ୍ୟମ ରେ ଦେଖିବାକୁ ମିଳୁଛି। କିନ୍ତୁ ନବରଙ୍ଗପୁର ଜିଲ୍ଲା ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡେଇ ମହୋତ୍ସବ ର ସମାରୋହ ଉତ୍ସବ ରେ ଯୋଗ ଦେଇ ମାନ୍ୟବର ମୂଖ୍ୟମନ୍ତ୍ରୀ ଜିଲ୍ଲା ଭିତ୍ତିକ ନିଯୁକ୍ତି ଉପରେ ନିଜ ମତ ରଖିଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ , ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରସଙ୍ଗରେ ସରକାର ଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି କିଛି ବିରୋଧୀ ସଂଗଠନ ବୋଲି ଚର୍ଚ୍ଚା ହେଉଥିବା ସ୍ଥଳେ , ବର୍ତ୍ତମାନ ମୂଖ୍ୟମନ୍ତ୍ରୀ ଙ୍କ ସକାରାତ୍ମକ ବାର୍ତ୍ତା ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କ ହୃଦୟରେ ଆଶାର କିରଣ ସଂଚାର କରି ପାରିଛି। ଏକ ବିଶାଳ ଶୋଭାଯାତ୍ରା ରେ ମଣ୍ଡେଇ ପଡିଆରକୁ ମାନ୍ୟବର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୂଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଓ ଝରିଗାଁ ବିଧାୟକ ନରସିଂହ ମାଝୀ ଙ୍କୁ ବିଜେପି ର କାର୍ଯ୍ୟକର୍ତ୍ତା ମାନେ ପାଛୋଟି ନେଇଥିଲେ। ଲକ୍ଷାଧିକ ଲୋକ ଙ୍କ ସମାଗମ ମଣ୍ଡେଇ ମହୋତ୍ସବ ରେ ହୋଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!