ନବରଙ୍ଗପୁର;(ମିହିର ଶଙ୍କର ପାତ୍ର )- ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନବରଙ୍ଗପୁର ଗସ୍ତ ସମୟରେ ଓଡ଼ିଶା ସାମ୍ବାଦିକ ସଙ୍ଘ (ଓଜେୟୁ) ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା। ଆଜି ପୂର୍ବାହ୍ନରେ ଓଡ଼ିଶା ସାମ୍ବାଦିକ ସଙ୍ଘ ନବରଙ୍ଗପୁର ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀଙ୍କ ଅମନ୍ତ୍ରଣରେ ସଙ୍ଘର ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ, ରାଜ୍ୟ ଉପଦେଷ୍ଟା ରାକେଶ ଗୁପ୍ତା, ଜିଲ୍ଲା ସମ୍ପାଦକ ଜାନକୀ କାନ୍ତ ବିଷୋୟୀ ମୁଖ୍ୟମନ୍ତ୍ରୀଙ୍କ ସହ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଯଥା, ସାମ୍ବାଦିକ ସୁରକ୍ଷା, ପେନସନ ବ୍ୟବସ୍ଥା, ଭୁବନେଶ୍ଵର ଠାରେ ଓଡିଶା ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ପାଇଁ ଜାଗା ଯୋଗାଇଦେବା, ଗୃହ ଋଣ ବ୍ୟବସ୍ଥା କରି ସୁଧ ପ୍ରଦାନ କରିବା ଓ ଅନ୍ୟାନ୍ୟ ଅନେକ ବିଷୟ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘର କୋଷାଧ୍ୟକ୍ଷ ଦେବୀ ମହାପାତ୍ର, ଶ୍ରୀହରି ବିଷୋୟୀ, ଶିବ ଶଙ୍କର ବିଷୋୟୀ, ଖଗ ବିଷୋୟୀ, ଦିୱାନ ସିଂ, ସୁଜିତ୍ ରଥ, ବେଣୁ ଗୋପାଳ ରାଓ, ପୋପୁ ପଟ୍ଟନାୟକ, ଦେବାଶିଷ ଦାସ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହ ଏହି ପ୍ରତନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ନବରଙ୍ଗପୁର ସର୍କିଟ ହାଉସ ଠାରେ ସାକ୍ଷାତ ଆଲୋଚନା କରି ଥିଲେ। ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଜେୟୁ ସଙ୍ଘର ସାମ୍ବାଦିକ ମାନଙ୍କ ସହ କଥା ହୋଇ ସମସ୍ତ ବିଷୟ ଗୁଡ଼ିକୁ ସରକାର ଗୁରୁତର ଦେବା ପ୍ରତିଶ୍ରୁତି ଦେଇ ସ୍ୱଚ୍ଛ ଓ ନିରପେକ୍ଷ ଭାବେ କାର୍ଯ୍ଯ ସମ୍ପାଦନା କରିବା ପାଇଁ ଉପଦେଶ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |