ଦାବି ହାସଲ ପାଇଁ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ସଂଘର ଆନ୍ଦୋଳନ

ଭୁବନେଶ୍ୱର,୯।୧୨:ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ଷ୍ଟାଫ୍‌ ସଂଘର ଆନ୍ଦୋଳନ । ବିଶାଳ ଶୋଭାଯାତ୍ରାରେ ଆସି ରାସ୍ତାରେ ବସିଲେ। ରାଜ୍ୟ ସରକାରଙ୍କୁ ଦରମା ମାଗିଲେ। ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ଗର୍ଜନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ସଂଘ। ଯାହାଙ୍କ ମଧ୍ୟରେ ଅଛନ୍ତି ବ୍ୟାଙ୍କ ମିତ୍ର, ଏମବିକେ, ଏଲ୍‌ଏସ୍‌ପି, ସିଆର୍‌ପି, କୃଷି ମିତ୍ର ଓ ପ୍ରାଣୀ ମିତ୍ର। ସେମାନଙ୍କ ଦାବି ୯ ମାସ ହେଲା ଦରମା ମିଳିନି।ପୂର୍ବରୁ ବିଜେଡି ସରକାର ଅମଳରେ ଶେଷ ୩ ମାସ ପାଇନଥିଲେ ଆଉ ଏବେ ବିଜେପି ସରକାର ଆସିବା ପରଠୁ ୬ ମାସ ହେଲା ଟଙ୍କାଟିଏ ମିଳିନି। ଜୀବୀକା ମିଶନଠୁ ସୁଭଦ୍ରା ଯୋଜନା ଯାଏଁ ସରକାରଙ୍କ ସବୁ ଯୋଜନାକୁ ଗ୍ରାଉଣ୍ଡ ଲେବଲରେ କାର୍ଯ୍ୟକାରୀ କରିବାରେ ସେମାନଙ୍କର ପ୍ରମୁଖ ଭୂମିକା ରହୁଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଉଛି। ବକେୟା ଦରମା ପ୍ରଦାନ ସହ ୫ ବର୍ଷିଆ ନିଯୁକ୍ତି ପଲିସିରେ ଥିବା ୭୫ ପ୍ରତିଶତ ଓ ୫୦ ପ୍ରତିଶତକୁ ଉଚ୍ଛେଦ କରି ଶହେ ପ୍ରତିଶତ ପାରିଶ୍ରମିକ ପ୍ରଦାନ, ସ୍ଥାୟୀ ନିଯୁକ୍ତି ଏବଂ ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ଇପିଏଫ୍‌, ଇଏସଆଇରେ ସାମିଲ କରାଯିବା ଦାବିରେ ସେମାନେ ମିଶନ ଶକ୍ତି ବିଭାଗ ଓ ଲାଇଭଲିହୁଡ୍‌ ମିଶନ ବିଭାଗକୁ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ଶେଷରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!