ନୂଆଦିଲ୍ଲୀ,୯।୧୨: ସଞ୍ଜୟ ମାଲହୋତ୍ରା ହେବେ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର । ତାଙ୍କର କାର୍ଯ୍ୟକାଳ ଆସନ୍ତା ୩ ବର୍ଷ ପାଇଁ ରହିବ। ସେ ବର୍ତ୍ତମାନର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେବେ। ଡିସେମ୍ବର ୧୦ରେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେଉଛି । ଆର୍ଥିକ ସେବା ବିଭାଗ (ଡିଏଫ୍ଏସ୍) ଥିବା ସଚିବ ସଞ୍ଜୟ ମାଲହୋତ୍ରାଙ୍କୁ ୨୦୨୨ରେ କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ)ର ନିର୍ଦ୍ଦେଶକ ଭାବେ ମନୋନୀତ କରିଥିଲେ।ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱଭାର ଗ୍ରହଣ କରିବେ ସଞ୍ଜୟ ମାଲହୋତ୍ରା। ଆସନ୍ତା ଡିସେମ୍ବର ୧୧ ତାରିଖରେ ସେ ଦାୟିତ୍ୱ ଭାର ଗ୍ରହଣ କରିବେ। ୧୯୯୦ ବ୍ୟାଚ ରାଜସ୍ଥାନ କ୍ୟାଡରର ଆଇଏଏସ୍ ଅଫିସର ହେଉଛନ୍ତି ସଞ୍ଜୟ ମାଲହୋତ୍ରା। ବର୍ତ୍ତମାନ କେନ୍ଦ୍ର ରାଜସ୍ୱ ସଚିବ ଭାବେ କାମ କରୁଥିବା ସଞ୍ଜୟ ମାଲହୋତ୍ରା ହେବେ ନୂଆ ଗଭର୍ଣ୍ଣର। ଶକ୍ତିକାନ୍ତ ଦାସଙ୍କ ଠାରୁ ସେ ଦାୟିତ୍ୱ ଭାର ଗ୍ରହଣ କରିବେ। ଆସନ୍ତା ୩ବର୍ଷ ପାଇଁ ସେ ଆରବିଆଇର ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇବେ।ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଉଛନ୍ତି ଶକ୍ତିକାନ୍ତ ଦାସ । ଆରବିଆଇ ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି । ତାଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି । ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |