ଜାନୁଆରୀରେ ଆରମ୍ଭ ହେବ ପକ୍ଷୀ ଗଣନା : ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

ଭୁବନେଶ୍ୱର,୧୦।୧୨:ଆସନ୍ତା ବର୍ଷ ଜାନୁଆରୀରେ ରାଜ୍ୟରେ ଆରମ୍ଭ ହେବ ପକ୍ଷୀ ଗଣନା । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁପାର୍ଶ୍ଵରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସିପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦୀ, ସୁନନ୍ଦା ଓ କାଲୁରୀ ଅଞ୍ଚଳରେ ଥିବା ଜଳାଶୟ ମାନଙ୍କରେ ଦେଖାଯାଇଥାନ୍ତି। ଏହି ଜଳାଶୟକୁ ୩୦.୧୧.୨୦୨୪ ତାରିଖ ସୁଦ୍ଧା ୪ ଲକ୍ଷ ୯୪ ହଜାର ୩୬୬ ସଂଖ୍ୟକ ବିଦେଶାଗତ ପକ୍ଷୀମାନଙ୍କର ଆଗମନ ହୋଇସାରିଲାଣି। ତନ୍ମଧ୍ୟରୁ କେବଳ ଚିଲିକା (ନଳବଣ) ଅଭୟାରଣ୍ୟରେ ୨ ଲକ୍ଷ ୧୭ ହଜାର ୧୭୦ ଗୋଟି ବିଦେଶାଗତ ପକ୍ଷୀଙ୍କ ଆଗମନ ଆକଳନ କରାଯାଇଅଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!