ନବରଙ୍ଗପୁର( ମିହିର ଶଙ୍କର ପାତ୍ର) ,୧୦।୧୨:-ଆଜି ଡାବୁଗାଁ ରେ ବିଧିବଦ୍ଧ ଭାବେ ଧାନ ମଣ୍ଡି ଉଦ୍ଘାଟିତ ହୋଇ ଯାଇଛି। ଏହି ଅବସରରେ ମଣ୍ଡି ଇନଚାର୍ଜ ଶ୍ରୀ ସୁଶାନ୍ତ କୁମାର ପାଳ ଙ୍କ ତତ୍ବାବଧାନରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମଞ୍ଚ ପରିଚାଳନା କରିଥିଲେ ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ତଥା ବ୍ଲକ ଫାର୍ମର ରିପ୍ରେଜେଣ୍ଟିବ୍ ଜୟନ୍ତ କୁମାର ପାତ୍ର। ସାଂସଦ ପ୍ରତିନିଧି ଜେ ରାଜଶେଖର ରାଓ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଡାବୁଗାଁ ବିଡ଼ିଓ ଶରତ ମାଝୀ, ତହସିଲଦାର ହରିଓମ୍ ଭୋଇ, ସୁରେନ୍ଦ୍ର ମିଶ୍ର,ଏମ୍ ଆପା ରାଓ, ଜି ସାଇ ରାଜୁ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ ଏବଂ ବ୍ଲକ ଫାର୍ମର ରିପ୍ରେଜେଣ୍ଟିବ୍ ରତନ କଲାର ମଞ୍ଚାସିନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜି ଭେଙ୍କଟ ରାଓ ,ଜି ଗୋପାଳ କ୍ରିଷ୍ଣା ରାଓ, ଜି ବାବୁଲି ରାଓ, ରାଜେଶ ଅଗ୍ରୱାଲ, ଡାବୁଗାଁ ଲ୍ୟାମ ଏମଡି ହରିବନ୍ଧୁ ମିର୍ଗାନ,ମଣ୍ଡି ଫାର୍ମର ରିପ୍ରେଜେଣ୍ଟିବ୍ ଦଶମୁ କଲାର, ଜି କିରଣ ରାଓ, ବ୍ଲକ କୃଷକ ମହାସଂଘ ସଭାପତି ସତ୍ୟରଞ୍ଜନ ପାତ୍ର, ନରେଶ ସିଂ,ଜ୍ୟାମିନୀକାନ୍ତ ବିଷୟୀ , ରାଜେନ୍ଦ୍ର ରେଲି, ହରିହର ଡଙ୍ଗରୀ , ଅର୍ଜୁନ ବିଜୟୀ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାର ନିଜ ପ୍ରତିଶ୍ରୁତି ପାଳନ କରିଥିବା ଯୋଗୁଁ ଏବଂ ପ୍ରଥମ ଶ୍ରେଣୀ ଧାନ କୁଇଣ୍ଟାଲ ପିଛା ୩୧୨୦ ଟଙ୍କା କରିଥିବା ଯୋଗୁଁ ଚାଷୀ ମାନେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |