ନବରଙ୍ଗପୁର (ମିହିର ଶଙ୍କର ପାତ୍ର),୧୨।୧୨:-ଆଜି ପାହାନ୍ତିଆ ରେ ଗ୍ରାମ ନିକଟ ନୀଳଗିରି ବାଡକୁ ବନମାଳୀ ମାଝୀ ଯାଇଥିବା ସମୟରେ ହଟାତ 3 ଟି ଭାଲୁ ଆସି ଆକ୍ରମଣ କରିଥିଲେ। ଏହି ଘଟଣା ଦେଖିବା ପରେ ଗ୍ରାମବାସି ମାନେ ପରିବାର କୁ ସୂଚନା ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ତାରେ ତାଙ୍କୁ 108 ଆମ୍ବୁଲାନ୍ସ ଗାଡ଼ିରେ ଡାବୁଗାଁ ମେଡିକାଲକୁ ଅଣାଯାଇ ଥଲା। ସଖାଳ 6 ଘଣ୍ଟା ସମୟରେ ଡାବୁଗାଁ ଡକ୍ଟର ତାଙ୍କୁ ମୃତ ଘସଣା କଲେ। ଏହା ପରେ ତାଙ୍କ ସନ ଭାଇ ହିରଣ୍ୟ ମାଝୀ ଏହି ଘଟଣା ବିଷୟରେ ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ ଦେବା ସହ ଝରିଗାଁ ରେଞ୍ଜେରଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ। ପୋଲିସ ଆସିବ ପରେ ଶବ ବ୍ୟବଛେଦ କରି ପରିବାର କୁ ହସ୍ତାନ୍ତର କରାଯିବ ବୋଲି ଡାବୁଗାଁ ଡାକ୍ତର ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |