ନବରଙ୍ଗପୁର (ମିହିର ଶଙ୍କର ପାତ୍ର),୧୨।୧୨:ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ ଓ କୃଷକ ମୋର୍ଚ୍ଚା ସଭାପତି ଜି କିରଣ କୁମାର ଙ୍କ ଦ୍ଵାରା ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଜେପି ର ତିନି ଶହ ରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା। ଏହି ଅବସରରେ ଏକ ବୈଠକ କୁ ସଞ୍ଚାଳନ କରିଥିଲେ କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର। ବିଜେପି ର ବରିଷ୍ଠ ନେତା ସୋମନାଥ ପୂଜାରୀ, ପାପଡାହାଣ୍ଡି ସଭାପତି କ୍ଷେତ୍ରମୋହନ ପାତ୍ର, ଭାସ୍କର ମହାପାତ୍ର, ହରି ପାଣିଗ୍ରାହୀ, ମନୋରମା ନାୟକ, ଭୀମସେନ ଜେନା, ଯୁବମୋର୍ଚ୍ଚା ସଭାପତି ଓ୍ବାଈ ରାଜକୁମାର ଏବଂ ରତ୍ନ କଲାର ମଞ୍ଚାସିନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦଶମୁ କଲାର, ହରି ଡଙ୍ଗରୀ , ନରସିଂହ ଭତ୍ରା, ଜ୍ଯୋତ୍ସୋନା ନାୟକ, ଲକ୍ଷ୍ମୀ ଜାନୀ, କାଞ୍ଚନ ହରିହର, ଆସ୍ତମା ଗୌଡ଼, ଚନ୍ଦ୍ରକଳା ରାଓ, ଜେ ଭେଙ୍କଟ ରାଓ, ସନୁ ମାଝୀ, ଧନସିଂ ଭତ୍ରା, ଗୋବିନ୍ଦ ମାଝୀ, ଦିନବନ୍ଧୁ ମାଝୀ, ପୂର୍ବତନ ମଣ୍ଡଳ ସଭାପତି ରବିନ୍ଦ୍ର ପାଳ ଓ ଭାସ୍କର ସୁନା, ଭଗତ କଲାର, ସ୍ବାଧୀନ ପଟ୍ଟନାୟକ, କମଳୁ ଗୌଡ଼, ଗିରି ମାଝୀ, କବିରାଜ ମାଝୀ , ଭଦର ହରିଜନ, ରାମନା ରେଲି, ଦିଆନ ଜାନୀ, ଗୁଣଧର ଭତ୍ରା, ଜଳନ୍ଧର ମାଝୀ, ତଥା ତିନି ଶହ ରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ। ଅଧିକ ଏକ୍ଟିବ୍ ମେମ୍ବର କରିବା ପାଇଁ ମଞ୍ଚାସିନ ବକ୍ତା ମାନେ କାର୍ଯ୍ୟକର୍ତ୍ତା ମାନଙ୍କୁ ଅନୁରୋଧ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |