ଗୃହ ବିଭାଗରେ ୧୦ ହଜାର ପଦବୀ ପୂରଣ ହେବ

ଭୁବନେଶ୍ୱର,୧୨।୧୨:-  ରାଜ୍ୟ ସରକାରରେ ବାହାରିବ ନିଯୁକ୍ତି ସୁଯୋଗ । ଖାଲି ଗୃହ ବିଭାଗରେ ୧୦ ହଜାର ପଦବୀ ପୂରଣ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ କହିଛନ୍ତି କି, ଗୃହ ବିଭାଗରେ ଖୁବଶୀଘ୍ର ନିଯୁକ୍ତି ଦିଆଯିବ । କେବଳ ଗୃହ ବିଭାଗରେ ୧୦ ହଜାର ପଦବୀ ପୂରଣ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଥିରେ କିଛି ଖାଲି ପଦବୀ ହୋଇଥିବା ବେଳେ କିଛି ନୂଆ ପଦବୀ ରହିବ । ସେହିପରି ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ହେବ । ଏହି ପଦବୀ ଆଗରୁ ୨,୪୧୬ ରହିଥିଲା । ଏହାକୁ ମାଝୀ ସରକାର ୫ ହଜାରକୁ ବୃଦ୍ଧି କରିବାକୁ ଯାଉଛନ୍ତି । ଏଥିସହ ଗୃହରକ୍ଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଲକ୍ଷ୍ୟରେ ସେମାନଙ୍କ ସହାୟତା ରାଶିକୁ ସରକାର ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!