ବୋରିଗାଁ ପଂଚାୟତର ଡ଼ଙ୍ଗରୀଗୁଡା ନିକଟରେ ବାଇକ ଦୁର୍ଘଟଣା ଜଣେ ଅଜଣା ଯୁବକ ଗୁରୁତ୍ୱର

 ନବରଙ୍ଗପୁର  (ମିହିର ଶଙ୍କର ପାତ୍ର ),୧୨।୧୨: ଗୁରୁବାର ଅପରାହ୍ନ 2 ଘଣ୍ଟା ସମୟରେ ଡାବୁଗାଁ ବ୍ଲକ ବୋରିଗାଁ ପଂଚାୟତର ଡ଼ଙ୍ଗରୀଗୁଡା ନିକଟରେ ବାଇକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣା ରେ ଜଣେ ଅଜଣା ଯୁବକ ଗୁରୁତ୍ୱର ହୋଇ ରାସ୍ତା କୋଡ଼ରେ ପଡ଼ିଥିଲେ। ସ୍ଥାନୀୟ ଲୋକ ମାନେ ତାଙ୍କୁ ଉଦ୍ଧାର କରି 108ଆମ୍ବୁଲାନ୍ସ ମାଧ୍ୟମରେ ଡାବୁଗାଁ ମେଡିକାଲ କୁ ପଟେଇଛନ୍ତି। ତାଙ୍କ ଗାଡି ନମ୍ବର ସିଜି 17ଇ 6620 ଅଟେ। ଏହି ଅଜଣା ଯୁବକ କିଏ କେଉଁଠି ଯାଉଥିଲା ତାହା ଜଣା ପଡି ନାହିଁ। କାରଣ ସେ ଜଣେ ଥିଲେ ଏବଂ ବର୍ତ୍ତମାନ ମଧ୍ୟ ଆଚେତ ଅବସ୍ଥାରେ ଅଛନ୍ତି। ଘଟଣା ସ୍ଥଳକୁ ପୋଲିସ ପହଂଚି ନାହିଁ, ପୋଲିସ ର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣା ପଡିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!