ମାଁ ଦୁଲାରଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଯୋଗଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୩ା୧୨:-ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ କୁସୁମବନ୍ଧ ଗ୍ରାମ ମିନି ଷ୍ଟାଡିୟମ ଠାରେ ପଞ୍ଚଦିବସୀୟ ମାଁ ଦୁଲାରଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି | ଏହି ଟୁର୍ଣ୍ଣାମେଣ୍ଟ ରେ ୧୬ ଟି ଦଳ ଭାଗ ନେଇ ଥିବା ବେଳେ| ଆଜି ଫାଇନାଲ ମ୍ୟାଚଟି ପାପଡାହାଣ୍ଡି ବ୍ଳକ ସିୱାଇଏ- ଜଟାବାଲ ଓ ଉମରକୋଟ ବ୍ଳକ ଦଲଦଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଦଲଦଲି ଦଳ ପେନାଲ୍ଟି ସର୍ଟ ରେ ୪-୨ ପଏଣ୍ଟରେ ବିଜେତା ହୋଇଥିବା ବେଳେ ସିୱାଇଏ- ଜଟାବାଲ ଦଳ ଉପ ବିଜେତା ହୋଇଥିଲା | ଏଥିରେ ରେଫରି ଭାବେ ଆରିୟା,ରଘୁନାଥ,ଚଇତୁ ଓ ସୁରୀୟା ବେଶ୍ ସୁନ୍ଦର ଭାବେ ଖେଳ ପରିଚାଳନା କରିଥିବା ବେଳେ ଉକ୍ତ ଖେଳ ର ଧାରା ବିବରଣୀ ଡ଼ାକବାଜୀ ଜନ୍ତ୍ର ସାହାଯ୍ୟରେ ଯୁବ କ୍ରୀଡାବିତ୍ ରାଜମନ କଲାର ଖୁବ ସୁନ୍ଦର ଭାବେ ପ୍ରଚାର କରିଥିଲେl। ଶେଷରେ ଆୟୋଜିତ ସଭାରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗଦେଇ ବିଜେତା ଦଳକୁ ୧୩ ହଜାର ଟଙ୍କା ସହ ଟ୍ରଫି ଓ ଉପ ବିଜେତା ଦଳ କୁ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ | ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜେଡି ବରିଷ୍ଠ ନେତା ଏମ୍. ଆପା ରାଓ, ଚଚରାଗୁଡା ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତ୍ରା, ନାଏବ ସରପଞ୍ଚ ଯୁଧିଷ୍ଠିର ତନ୍ତୀ,ୱାର୍ଡ ସଭ୍ୟା ହିରାବତୀ ପୂଜାରୀ,କାର୍ତ୍ତିକ ଭତ୍ରା, କର୍ଣ୍ଣ ଭତ୍ରl, ଶିବ ପ୍ରସାଦ ମିଶ୍ର,ଡି. ରାଜା, ପି. ସୁବୁଦ୍ଧି ରାଓ, ରଞ୍ଜିତ ଘରାଇ ପ୍ରମୁଖ ଉପସ୍ଥିତ ଥିଲେ | ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ହିରାଧର ପୂଜାରୀ, ଉପ ସଭାପତି କୁମ୍ଭପାଣି ମାଝୀ, ସମ୍ପାଦକ ମନୋଜ କୁମାର ମାଝୀ, କୋଷାଧ୍ୟକ୍ଷ ମିଶ୍ର ମାଝୀ ଓ ଅନ୍ୟ ମାନେ ପରିଚାଳନା କରିଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!