ଝରିଗାଁ ବ୍ଲକର ଉପାନ୍ତ ଅଂଚଳରେ ୩କିମି ଚାଲିଚାଲି ଯାଇ ସେବା ଯୋଗାଇଲେ ସ୍ୱାସ୍ଥ୍ୟ କର୍ମଚାରୀ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୩ା୧୨:ଝରିଗାଁ ବ୍ଳକର ଉପାନ୍ତ ଗ୍ରାମଗୁଡିକରେ ଏଯାବତ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇ ନଥିବା ବେଳେ ଗ୍ରାମବାସୀ ଏକ ପ୍ରକାର ବିଛିନ୍ନ ଅଂଚଳରେ ରହୁଛନ୍ତି। ବିଶେଷ କରି ବର୍ଷା ଦିନରେ ରାସ୍ତା ନଥିବା ଗ୍ରାମଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ନକହିବା ଭଲ। ଝରିଗାଁ ବ୍ଳକରେ ‘ଦମନ’ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବୁଧବାର ଦିନ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ସ୍ୱାସ୍ଥ୍ୟ ଟିମ୍ ଚକଲାପଦର ପଂଚୟତ ଅନ୍ତର୍ଗତ ନନ୍ଦନଚୁଆ ଗ୍ରାମକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବାହାରିଥିଲେ।ତେବେ ନନ୍ଦନଚୁଆ ଗ୍ରାମକୁ ଯିବା ପାଇଁ ରାସ୍ତା ନଥିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗର ବାଇକ୍ ଦୁଇଟି ଭରକିଭଟା ଗ୍ରାମର ନୂଆପଡା ସାହି ପର୍ଯ୍ୟନ୍ତ ଯାଇ ସେଠାରେ ରହିଯାଇଥିଲା। ଶେଷରେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଜୀବନ ସାନ୍ତା, ମୋତିଲାଲ ବାଗ, ଆଶା କର୍ମୀ ସୂର୍ଯ୍ୟମଣୀ ଗୌଡ଼ ଏବଂ ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ହରିଜନ ପ୍ରମୁଖ ଭରକିଭଟା ଗ୍ରାମର ନୂଆପଡ଼ାସାହି ଠାରୁ ପ୍ରାୟ ୩ କିଲୋମିଟର ଦୂର ଔଷଧ ବୋହି ପାଦ ଚଲା ପଥୁରିଆ ରାସ୍ତାରେ ପାହାଡ଼ ଏବଂ ଜଙ୍ଗଲ ରାସ୍ତା ଦେଇ ନନ୍ଦନଚୁଆ ଗ୍ରାମରେ ପହଞ୍ଚି ଥିଲେ। ପରେ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!