ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ

ଭୁବନେଶ୍ୱର,୪।୧୨: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଜାରି କରିଛି ।ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ପଠାଇଛି ସମନ। ଏବେ ଏହି ସମନ ସାମ୍ନାକୁ ଆସିଛି।ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ଲାଗି ସମନରେ ଉଲ୍ଲେଖ କରାଯାଇଛି । ୧୧ ତାରିଖ ୧୦ଟାବେଳେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ସମନ ହୋଇଛି । ମର୍ସିଡିଜ୍ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣାରେ ଏହି ସମନ ଜାରି କରାଯାଇଥିବା ସୂଚନା । ଘଟଣା ସମ୍ପର୍କରେ ମୁହଁ ଖୋଲି ନାହାନ୍ତି ବିଷ୍ଣୁପଦ ।ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କୋ. (ଇଣ୍ଡିଆ) ଏଲଟିଡି, ଭୁବନେଶରର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ କୁମାର ମୁଖାର୍ଜୀଙ୍କ ବିରୋଧରେ ସିବିଆଇ କେସ୍ ନଂ ଆରସି୨୧୭୨୦୨୪ଏ୦୦୧୭ ଗତ ୭ ତାରିଖରେ ରେଜିଷ୍ଟର ହୋଇଥିଲା । ଯାହାର ଯାଞ୍ଚ ସିବିଆଇ ପକ୍ଷରୁ ଚାଲୁ ରହିଛି । ଏ ମାମଲାରେ ବିଷ୍ଣୁପଦ ଅଧିକ ଜାଣିବା ନେଇ ତାଙ୍କୁ ଯାଞ୍ଚ ପରିସରକୁ ସିବିଆଇ ନେଇଛି । ଶୁକ୍ରବାର ବିଳମ୍ବିତ ରାତିରେ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ଟେଣ୍ଡର ଫିକ୍ସିଂ ଅଭିଯୋଗରେ ସିବିଆଇ ସମନ କରିଥିଲା । ଇମେଲ ଜରିଆରେ ଡ୍ରାଇଭରଙ୍କୁ ସମନ ପଠାଯାଇଥିଲା । ପୂର୍ବରୁ ଏ ଘଟଣାରେ ରାଜେନୈତିକ ଏବଂ ପ୍ରଶାସନିକ ସ୍ତରରେ ଟଙ୍କା ଲେଣଦେଣ କାରବାର ହୋଇଥିବା ଚର୍ଚ୍ଚା ହେଉଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!