ଏକତାର ମହାଯଜ୍ଞ ହେଉଛି ‘କୁମ୍ଭ ମେଳା’ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୨: ଉତ୍ତର ପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ମେଳା ପାଇଁ ସାଢ଼େ ୫ ହଜାର କୋଟିର ଉନ୍ନୟନ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି ଏଥରର ମେଳା ହେବ ଦିବ୍ୟ-ଭବ୍ୟ ଓ ଡିଜିଟାଲ୍, ଏଠି ଚାଲିବ ଏକତାର ମହାଯଜ୍ଞ । ସାରା ବିଶ୍ୱର ନଜର ରହିଥିବାରୁ ଶ୍ରଦ୍ଧାଳୁଙ୍କୁ ସବୁ ସୁବିଧା ପହଞ୍ଚାଇବା ଆମ ଦାୟିତ୍ୱ । ତୀର୍ଥରାଜ ପ୍ରୟାଗରେ ଚାଲିଛି ବିଶ୍ୱର ସବୁଠୁ ବଡ଼ ଆୟୋଜନ ।ଆସନ୍ତା ଜାନୁଆରୀ ୧୩ରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଆରମ୍ଭ ହେବ। ଏହି ମହାପର୍ବର ଠିକ୍ ଗୋଟିଏ ମାସ ପୂର୍ବରୁ, ଅର୍ଥାତ୍ ଆଜି ୧୩ ଡିସେମ୍ବର ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜରେ ପହଞ୍ଚି ମହାକୁମ୍ଭର ସଫଳ ଆୟୋଜନ ପାଇଁ ଗଙ୍ଗା ପୂଜା କରିଥିଲେ। ପୂଜାପାଠ ପରେ ସଙ୍ଗମସ୍ଥଳୀରେ ଆୟୋଜିତ ଜନସଭାରେ ପହଞ୍ଚି ୫ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୬୭ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଥିବା ମହାକୁମ୍ଭ ମେଳା ପାଇଁ ୫୭୦୦ କୋଟିର ୧୬୭ଟି ଉନ୍ନୟନମୂଳକ ଯୋଜନାର ଲୋକର୍ପଣ କରିଛନ୍ତି। ତାସହ ନିଜ ଅଭିଭାଷଣରେ ଏ ମେଳାକୁ ଏକ ଭାରତ, ଶ୍ରେଷ୍ଠ ଭାରତର ଛବି ବୋଲି ବର୍ଣ୍ଣନା କରି ମୋଦି କହିଥିଲେ ମହାକୁମ୍ଭ ଦେଶର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରିଚୟକୁ ଶୀର୍ଷକୁ ନେଇଥାଏ। କୁମ୍ଭ ମେଳାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି। ହେଲେ ପୂର୍ବ ସରକାର ଏହାର ମହାତ୍ମ୍ୟକୁ ଗୁରୁତ୍ୱ ଦେଉ ନଥିଲେ, ଯେହେତୁ ଏଠି ବିଶ୍ୱର ସବୁଠୁ ବଡ଼ ଆୟୋଜନ ଚାଲିଛି ତେଣୁ ଆମ ସରକାର ଏହାକୁ ଭବ୍ୟ କରିବାକୁ ସବୁ ଉଦ୍ୟମ କରୁଛନ୍ତି। ଶ୍ରଦ୍ଧାଳୁଙ୍କୁ ସବୁ ପ୍ରକାର ସୁବିଧା ପହଞ୍ଚାଇବା ଆମ ସରକାରଙ୍କ ଦାୟିତ୍ୱ। ମୋଦିଙ୍କ ଦ୍ୱାରା ଲୋକାର୍ପିତ ପ୍ରକଳ୍ପ ମଧ୍ୟରେ ୧୦ଟି ନୂଆ ରୋଡ୍ ଓଭର ବ୍ରିଜ୍ ସହ ଫ୍ଲାଇ ଓଭର ଓ ସ୍ଥାୟୀ ସ୍ନାନ ଘାଟ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!