ନବରଙ୍ଗପୁର (ମିହିର ଶଙ୍କର ପାତ୍ର),୧୫ା୧୨:ଡାବୁଗାଁ ଥାନା ଅନ୍ତର୍ଗତ ସିଂସାରି ଠାରୁ ଧୋତ୍ରା ମଧ୍ୟରେ ଭି ଏସ୍ ପଦର ଗ୍ରାମ ନିକଟରେ ଭାରତମାଳା ପ୍ରକଳ୍ପ ରାସ୍ତାର ଭି ୟୁ ପି(ଓଭର୍ ବ୍ରିଜ)ନିର୍ମାଣ କରାଯିବ । ଏଥିପାଇଁ ସଂସାରୀ ଠାରୁ ଧୋତ୍ରା ରାସ୍ତା ଦେଇ ଯାନବାହାନ ଚଳାଚଳ ୪ଦିନ ପାଇଁ ବନ୍ଦ ରହିବ I ଭାରତମାଳା ରାସ୍ତା କାର୍ଯ୍ୟ କରୁଥୁବା ୟୁ ଏମ୍ ଏସ୍ ଏଲ୍ କମ୍ପାନୀ ପକ୍ଷରୁ ଏଥିପାଇଁ ଡାବୁଗାଁ ଥାନା, ଉମରକୋଟ ତହସିଲ,ଉମରକୋଟ ଥାନା କୁ ପୂର୍ବ ସୂଚନା ପ୍ରଦାନ କରାଯାଇଛି I ଚଳିତ ମାସ ୧୬ ରୁ ୧୯ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ l ଓଭରବ୍ରିଜ ନିର୍ମାଣ ହେବାକୁ ଥୂବାବେଳେ ଏହି ୪ ଦିନ ଅଂଚଳବାସୀଙ୍କ ସହଯୋଗ କାମନା କରାଯାଇଛି । ନିର୍ମାଣ କାର୍ଯ୍ୟ ସମୟରେ ରାସ୍ତା ଉପରେ ଯାତାୟତ କରୁଥିବା ଲୋକଙ୍କ ପାଇଁ ବିପଦ ଥୂବାରୁ ୩୦ ମିଟର ଦୂରରେ କମ୍ପାନୀ ପକ୍ଷରୁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି I ଯେଉଁ ରାସ୍ତାରେ ଭାରିଯାନ ବ୍ୟତୀତ ଛୋଟ ଗାଡି ଯିବା ଆସିବା କରି ପାରିବ ବୋଲି କରାଯାଇଛି I ନିର୍ମାଣ କାର୍ଯ୍ୟ ସକାଳ ୧୦ ଟା ରୁ ଅପରାହ୍ଣ ୩ ଟା ପର୍ଯ୍ୟନ୍ତ ଚାଲିବ I ସୁଚନା ଯୋଗ୍ୟ, ରାୟପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଭାରତ ମାଳା ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ରହିଛି I ରାସ୍ତା ନିର୍ମାଣ ହେଲେ ନବରଙ୍ଗପୁର ଜିଲ୍ଲା ବାସୀ ରାୟପୁର ଓ ବିଶାଖାପାଟଣା କୁ କମ୍ ସମୟରେ ଯିବା ଆସିବା କରିବା ସହ ବାଣିଜ୍ୟ କାରବାର ବଢିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |