କୋରାପୁଟ ଜିଲ୍ଲାର ପ୍ରଥମ ସରକାରୀ ସେବିକା ମହାବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

କୋରାପୁଟ,୧୫ା୧୨:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  କୋରାପୁଟ ଗସ୍ତକାଳରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଜିଲ୍ଲାର ବିକାଶର ଧାରାକୁ ଆଗେଇ ନେବା ପାଇଁ ଏହି ପ୍ରକଳ୍ପ ଗୁଡିକର ବିଶେଷ ଯୋଗଦାନ ରହିବ।କୋରାପୁଟ ଜିଲା ଜୟପୁର ଫୁଲବାଡ଼ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା, ସରକାରୀ ଆବାସିକ ଗୃହ, ଏୟାରପୋର୍ଟର ନବନିର୍ମିତ ଟର୍ମିନାଲ କୋଠା ଲୋକାର୍ପଣ କରିଛନ୍ତି। ଏହା ସହ ସରକାରୀ ସେବିକା ମହାବିଦ୍ୟାଳୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟର ୭ ମହଲା ବିଶିଷ୍ଟ ନୂତନ କୋଠା ଲୋକାର୍ପଣ ହୋଇଛି। ଆଧୁନିକ ସୁବିଧା ଥିବା ୧୪୨ କୋଟି ଟଙ୍କା ବିନିମୟରେ ଜିଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ହୋଇଛି। ଜିଲା ଚିକିତ୍ସାଳୟର କର୍ମଚାରୀମାନଙ୍କ ପାଇଁ ୩୫ କୋଟି ଟଙ୍କା ବିନିମୟରେ ନିର୍ମାଣ ୯୬ଟି ନବନିର୍ମିତ ଆବାସିକ ଗୃହର ନିର୍ମାଣ ହୋଇଛି। ୩ ଶହ ଶଯ୍ୟା ବିଶିଷ୍ଟ ୭ ମହାଲା ନୂତନ କୋଠା ସମ୍ପୂର୍ଣ୍ଣ ଅତ୍ୟାଧୁନିକ ସୁବିଧା ଥବା ଗୋଟିଏ ଛାତ ତଳେ ଅଲ୍‌ଟ୍ରାସାଉଣ୍ଡ, ଅସ୍ଥିଶଲ୍ୟ ଭଳି ସମସ୍ତ ବିଭାଗ ଚିକିତ୍ସା ରହିଛି। ପୁରୁଣା ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରକୁ ମଧ୍ୟ ଏଠାକୁ ଆଣାଯାଇଛି। ଏଠାରେ ସମସ୍ତ ସୁବିଧା ରହିଥିବାବେଳେ ଖୁବଶୀଘ୍ର ଆଇସିୟୁର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏହା ସହ ୫୨ କୋଟି ଟଙ୍କା ବିନିମୟରେ ନବନିର୍ମିତ ଜୟପୁର ଏୟାରପୋର୍ଟର ଟର୍ମିନାଲ କୋଠା ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ଏଠାରୁ ସମ୍ବଲପୁର, ରାଉରକେଲା ଭଳି ଅଞ୍ଚଳକୁ ବିମାନ ସେବା ଯୋଗାଇବା ପାଇଁ ସରକାର ଉଦ୍ୟମ କରୁଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ୧୦ କୋଟି ୨୩ ଲକ୍ଷ ଟଙ୍କା ବିନିମୟରେ ମହାବିଦ୍ୟାଳୟ ନିର୍ମାଣ ହେବ। ଏଠାରେ ତାଲିମ ନେଇ ବାହାରିବା ଛାତ୍ରୀମାନଙ୍କୁ ସରକାରୀ ନିଯୁକ୍ତି ଦେବାର ମଧ୍ୟ ଦୃଢ଼ ପରିକର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!