ଓଡିଶାରେ ଅସହ୍ୟ ଶୀତ: ୧୦ଡ଼ିଗ୍ରୀ ତଳେ ରାଜ୍ୟର ୮ ସହର

ଭୁବନେଶ୍ବର,,୧୫ା୧୨:ଓଡିଶାରେ ଅସହ୍ୟ ଶୀତ , ୧୦ଡ଼ିଗ୍ରୀ ତଳେ ରାଜ୍ୟର ୮ ସହର| ପ୍ରବଳ ଜାଡରେ ଥରୁଛି ଓଡିଶା। ଆଭ୍ୟନ୍ତରୀଣ ଓଡିଶାରେ ଅସହ୍ୟ ଶୀତ ଅନୁଭୁତ ହେବା ସହ ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିଛି । ତାପମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି ।ତେବେ ରାଜ୍ୟର ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଝାରସୁଗୁଡା ୬.୮ ଡିଗ୍ରୀ, ରାଉରକେଲା ୬.୮ ଡିଗ୍ରୀ, ଫୁଲବାଣୀ ୮.୫ ଡିଗ୍ରୀ, ଅନୁଗୁଳ ୯ ଡିଗ୍ରୀ, କେନ୍ଦୁଝର ୯.୨ ଡିଗ୍ରୀ, ସୁନ୍ଦରଗଡ଼ ୯.୪ ଡିଗ୍ରୀ, ଭବନୀପାଟଣାରେ ତାପମାତ୍ରା ୯ .୪ ଡିଗ୍ରୀ ରହିଛି। ସେହିପରି ଟ୍ୱିନ-ସିଟି ଭୁବନେଶ୍ୱର ୧୩ ଡିଗ୍ରୀ ଓ କଟକରେ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!