୫ ୱିକେଟ୍ ନେଇ ଇତିହାସ ରଚିଲେ ବୁମ୍‌ରା

ନୂଆଦିଲ୍ଲୀ,୧୫।୧୨: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୪୦୫ ରନ୍ ସଂଗ୍ରହ କରିଛି । ଟ୍ରାଭିସ ହେଡ ଏବଂ ଷ୍ଟିଭ ସ୍ମିଥଙ୍କ ଶତକୀୟ ଇନିଂସ ବଳରେ ଅଷ୍ଟ୍ରେଲିଆ ବିଶାଳକାୟ ସ୍କୋର ହାସଲ କରିଛି । ତେବେ ଏହି ମ୍ୟାଚରେ ବୁମରାହ ୫ଟି ୱିକେଟ ହାସଲ କରିଛନ୍ତି । ଏହାସହିତ ଏକ ମହାରେକର୍ଡ ଭାଙ୍ଗିବାରେ ସପଳ ହୋଇଛନ୍ତି ବୁମରାହ । ଆଜିର ମ୍ୟାଚରେ ୫ଟି ୱିକେଟ ହାସଲ କରିବା ପରେ ସେ ଭାରତର ପୂର୍ବତନ କ୍ରିକେଟର କପିଲ ଦେବଙ୍କୁ ମଧ୍ୟ ପଛରେ ପକାଇଛନ୍ତି ।ମ୍ୟାଚ୍‌ର ଦ୍ୱିତୀୟ ଦିନ ରବିବାର ଅନୁଷ୍ଠିତ ହୋଇଥିଲା। ପ୍ରଥମ ବ୍ୟାଟିଂରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ସାତ ୱିକେଟ୍ ହରାଇ ପରେ ୪୦୫ ରନ୍ ସଂଗ୍ରହ କରିଛି।ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ମିଚେଲ ଷ୍ଟାର୍କ ୭ ରନ୍‌ରେ ଅପରାଜିତ ଥିବାବେଳେ ଆଲେକ୍ସ କେରି ୪୫ ରନ୍‌ରେ ଅପରାଜିତ ରହିଛନ୍ତି। ଟ୍ରାଭିସ୍ ହେଡ୍ ୧୫୨ ରନ୍ ଏବଂ ଷ୍ଟିଭ୍ ସ୍ମିଥ୍ ୧୦୧ ରନ୍ ସଂଗ୍ରହ କରିଛନ୍ତି। ଜସପ୍ରୀତ ବୁମ୍‌ରା ଭାରତ ପାଇଁ ୫ ୱିକେଟ୍ ନେଇଥିଲେ।ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ୫ଟି ୱିକେଟ ହାସଲ କରି ବୁମରାହ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । ବର୍ତ୍ତମାନ ସେନା ଦେଶରେ ଭାରତ ପକ୍ଷରୁ ସର୍ବାଧିକ ଥର ୫ ୱିକେଟ ହଲ୍ ସଂଗ୍ରହ କରିଥିବା ବୋଲର ପାଲଟିଛନ୍ତି ବୁମରାହ । ଅଷ୍ଟମ ଥର ଏହି କାରନାମା କରି ଇତିହାସ ସୃଷ୍ଟି କରିଛନ୍ତି ଭାରତର ଷ୍ଟାର ବୋଲର । ବର୍ତ୍ତମାନ ପର୍ଯ୍ୟନ୍ତ ସେନା ଦେଶରେ କପିଲ ଦେବ ସର୍ବାଧିକ ୭ ଥର ୫ ୱିକେଟ ହଲ୍ ହାସଲ କରିବାରେ ସଫଳ ହୋଇଥିଲେ । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ୫ ୱିକେଟ ହଲ୍ ହାସଲ କରି ବୁମରାହ କପିଲ ଦେବଙ୍କୁ ପଛରେ ପକାଇଛନ୍ତି । ତେବେ ବୁମରାହ ବର୍ତ୍ତମାନ ଏହି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ କପିଲ ଦେବ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ଏହାପରେ ଜହିର ଖାନ୍ ନିଜ ଟେଷ୍ଟ କ୍ୟାରିୟରରେ ୬ ଥର ୫ ୱିକେଟ ହଲ୍ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!