ଭୁବନେଶ୍ୱର,୧୬ା୧୨:ରାଜ୍ୟରେ ହାଡ଼ଭଙ୍ଗା ଶୀତ। ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ହ୍ରାସ ପାଇବା ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ରାଜ୍ୟର ଅନେକ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଯାଇଛି। ଏହିସବୁ ସହରରେ ବର୍ତ୍ତମାନ ଥଣ୍ଡାର ପରିମାଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ରାତି ତାପମାତ୍ରା ଅନୁସାରେ ଓଡ଼ିଶାର ସବୁଠୁ ଥଣ୍ଡା ସହର ଜି.ଉଦୟଗିରିର ତାପମାତ୍ରା ୫.୨, ସେମିଳିଗୁଡ଼ା ଓ ଫୁଲବାଣୀ ୯, ରାଉରକେଲା ୭.୨, କିରେଇ ୮.୮, ଦାରିଙ୍ଗବାଡ଼ି ୧୦.୫, ବୌଦ୍ଧ ୧୦.୨, ଚିପିଲିମା ୧୦.୨, ଝାରସୁଗୁଡ଼ା ୮, ସୁନ୍ଦରଗଡ଼ର ତାପମାତ୍ରା ୧୦ ଡିଗ୍ରୀ ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଭୁବନେଶ୍ବରର ତାପମାତ୍ରା ୧୪ ଡିଗ୍ରୀ ଥିବାବେଳେ କଟକର ତାପମାତ୍ରା ୧୨ଡିଗ୍ରୀ ରହିଛି। ଏଥିସହ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ଶୀତ ଲହରୀର ସତର୍କତା ଜାରି କରାଯାଇଛି।ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |